September 15, 2026

ଆମେରିକୀୟ ଡଲାର ଆହୁରି ପ୍ରଭାବଶାଳୀ

1 min read

ନୂଆଦିଲ୍ଲୀ,୯।୬: ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ଘଟିବା ପରେ ଆମେରିକୀୟ ଡଲାର ଆହୁରି ପ୍ରଭାବଶାଳୀ ହୋଇଥିବାରୁ ଡଲାର ତୁଳନାରେ ଭାରତୀୟ ଟଙ୍କା ମୂଲ୍ୟ ପୁଣି ଖସିଛି। ସୋମବାର ହୋଇଥିବା ଆନ୍ତଃବ୍ୟାଙ୍କିଙ୍ଗ ବୈଦେଶିକ ମୁଦ୍ରା କାରବାର ଅନୁଯାୟୀ ଡଲାର ତୁଳନାରେ ଟଙ୍କା ମୂଲ୍ୟରେ ୫୬ ପଇସା ହ୍ରାସ ଘଟି ଡଲାର-ଟଙ୍କା ବିନିମୟ ମୂଲ୍ୟ ୯୫.୭୪ ରହିଥିବା ଜଣାପଡ଼ିଛି। ଏହାପୂର୍ବରୁ ଅନେକ ପର୍ଯ୍ୟାୟ କାରବାରରେ ଟଙ୍କା ମୂଲ୍ୟରେ ଉନ୍ନତି ପରିଲକ୍ଷିତ ହୋଇଥିଲା। କିନ୍ତୁ ସୋମବାର ଇସ୍ରାଏଲର ଆକ୍ରମଣ ସ୍ଥିତି ବଦଳାଇ ଦେଇଛି। ଆଗକୁ ସ୍ଥିତି ଖରାପ ରହିଲେ ଟଙ୍କା ମୂଲ୍ୟରେ ପୁଣି ଅବନତି ଘଟିପାରେ ବୋଲି ବିଶେଷଜ୍ଞମାନେ ଆଶଙ୍କା ପ୍ରକଟ କରିଛନ୍ତି।