July 26, 2024

ସ୍ଵାତି ମାଲିଓ୍ବାଲଙ୍କ ଜୀବନ ପ୍ରତି ବିପଦ ଥିବା କହିଲେ ପୂର୍ବତନ ସ୍ୱାମୀ

1 min read

CREATOR: gd-jpeg v1.0 (using IJG JPEG v80), quality = 75

ନୂଆଦିଲ୍ଲୀ: ଦୁଇ ଦିନ ତଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନରେ ଦିଲ୍ଲୀ ମହିଳା ଆୟୋଗର ପୂର୍ବତନ ଅଧ୍ୟକ୍ଷା ତଥା ଆପ୍ ସାଂସଦ ସ୍ୱାତୀ ମାଲିୱାଲଙ୍କୁ ଅସଦାଚରଣ କରାଯାଇଥିବା ଅଭିଯୋଗ ହୋଇଥିଲା। ମଙ୍ଗଳବାର ଏହି ଆରୋପକୁ ଆପ୍ ସ୍ବୀକାର କରିବା ସହ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି କହିଥିବା ବେଳେ ସ୍ବାତୀ ମାଲିଓ୍ବାଲଙ୍କ ପୂର୍ବତନ ସ୍ବାମୀ ନବୀନ ଜୟହିନ୍ଦ୍ ବଡ଼ ଦାବି କରିଛନ୍ତି। ସ୍ବାତୀଙ୍କ ଜୀବନ ପ୍ରତି ବିପଦ ଥିବା କହିଛନ୍ତି ନବୀନ।

ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ‌ରେ ଏକ ଭିଡିଓ ଜାରି କରି ସ୍ବାତୀଙ୍କ ସହିତ କିଛି ବି ହୋଇପାରେ ବୋଲି କହିଛନ୍ତି ନବୀନ। ଭିଡିଓ ଆରମ୍ଭରୁ ମାଲିୱାଲଙ୍କ ପୂର୍ବତନ ସ୍ୱାମୀ ପ୍ରଥମେ ସ୍ପଷ୍ଟ କରିଛନ୍ତି ଯେ, ସେ ଚାରି ବର୍ଷ ପୂର୍ବେ ଛାଡପତ୍ର ନେଇ ଅଲଗା ହୋଇସାରିଛନ୍ତି ଏବଂ ସେ ଆଉ ମାଲିୱାଲଙ୍କ ସହ ନିୟମିତ ସମ୍ପର୍କରେ ନାହାନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ, ମାଲିୱାଲଙ୍କ ସହ ଯାହା ଘଟିଲା ତାହା ଏକ ବଡ ଷଡଯନ୍ତ୍ରର ଅଂଶ ଏବଂ ତାଙ୍କ ଜୀବନ ପ୍ରତି ବିପଦ ରହିଛି।

ମଙ୍ଗଳବାର ଆପ୍ ସାଂସଦ ସଞ୍ଜୟ ସିଂହ ଗଣମାଧ୍ୟମକୁ କହିଥିଲେ ଯେ ଅରବିନ୍ଦ କେଜ୍ରିୱାଲଙ୍କ ପିଏ ବିଭବ କୁମାର ସ୍ୱାତୀ ମାଲିୱାଲଙ୍କୁ ଅସଦାଚରଣ କରିଥିଲେ। କେଜ୍ରିୱାଲ ଏହି ମାମଲାକୁ ଗମ୍ଭୀରତାର ସହ ନେଇଛନ୍ତି ଏବଂ ପିଏଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏହି ଘଟଣା ଅତ୍ୟନ୍ତ ନିନ୍ଦନୀୟ ଏବଂ ଅରବିନ୍ଦ କେଜ୍ରିୱାଲ ଏହି ପ୍ରସଙ୍ଗରେ ସ୍ୱାତୀ ମାଲିୱାଲଙ୍କ ସହ ଅଛନ୍ତି। ଏହାକୁ ଏକ ନାଟକ ବୋଲି କହି ନବୀନ କହିଛନ୍ତି ଯେ, ସଞ୍ଜୟ କିଛି ନଜାଣିବାର ଅଭିନୟ କରୁଛନ୍ତି। ଯାହା ଘଟିଛି ଏବଂ ଯାହା ଆଗକୁ ଘଟିବ ସେ ସବୁ ଜାଣିଛନ୍ତି। ଏସବୁ ଏକ ଷଡ଼ଯନ୍ତ୍ର ଚାଲିଛି।

Leave a Reply

Your email address will not be published. Required fields are marked *