ସେପ୍ଟେମ୍ବର ୭ରୁ ୧୩ ତାରିଖ ମଧ୍ୟରେ ଦେଶର ବିଭିନ୍ନ ସ୍ଥାନରେ ବ୍ୟାଙ୍କ ଛୁଟି ରହିବ
1 min read
ନୂଆଦିଲ୍ଲୀ: ସ୍ମାର୍ଟଫୋନ୍ ଏବଂ କୃତ୍ରିମ ବୁଦ୍ଧିମତ୍ତା (AI) ଯୁଗରେ ବ୍ୟାଙ୍କିଂ ସେବାର ଏକ ବଡ଼ ଅଂଶ ଅନଲାଇନ୍ରେ ଉପଲବ୍ଧ ହେଉଛି। ତଥାପି କିଛି ଗୁରୁତ୍ୱପୂର୍ଣ୍ଣ ସେବା ଓ କାର୍ଯ୍ୟ ପାଇଁ ଗ୍ରାହକଙ୍କୁ ନିଜ ବ୍ୟାଙ୍କ ଶାଖାକୁ ଯିବାକୁ ପଡ଼ିଥାଏ। ତେଣୁ ବ୍ୟାଙ୍କ ଛୁଟି ସମ୍ପର୍କରେ ଜାଣିବା ଗ୍ରାହକଙ୍କ ପାଇଁ ଜରୁରୀ।ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (RBI)ର ଛୁଟି କ୍ୟାଲେଣ୍ଡର ଅନୁଯାୟୀ, ସେପ୍ଟେମ୍ବର ୭ରୁ ୧୩ ତାରିଖ ମଧ୍ୟରେ ଦେଶର ବିଭିନ୍ନ ସ୍ଥାନରେ ବ୍ୟାଙ୍କ ଛୁଟି ରହିବ। ତେବେ ଏହି ଛୁଟି ସମସ୍ତ ରାଜ୍ୟ ପାଇଁ ସମାନ ନୁହେଁ। ଆଞ୍ଚଳିକ, ଜାତୀୟ ଓ ଧାର୍ମିକ ପର୍ବପର୍ବାଣିକୁ ଆଧାର କରି ରାଜ୍ୟ ଅନୁଯାୟୀ ବ୍ୟାଙ୍କ ଛୁଟିରେ ପାର୍ଥକ୍ୟ ରହିଥାଏ।
ସାଧାରଣ ନିୟମ ଅନୁଯାୟୀ, ପ୍ରତ୍ୟେକ ରବିବାର ସହିତ ପ୍ରତି ମାସର ଦ୍ୱିତୀୟ ଓ ଚତୁର୍ଥ ଶନିବାର ବ୍ୟାଙ୍କଗୁଡ଼ିକ ବନ୍ଦ ରହିଥାଏ। ଏହାବ୍ୟତୀତ RBIର ଛୁଟି ତାଲିକାରେ ଥିବା ରାଜ୍ୟଭିତ୍ତିକ ଛୁଟି ଦିନରେ ମଧ୍ୟ ବ୍ୟାଙ୍କ ଶାଖାଗୁଡ଼ିକ ବନ୍ଦ ରହେ।ତେବେ ଆସନ୍ତା ସୋମବାର, ସେପ୍ଟେମ୍ବର ୭ ତାରିଖରେ ଦେଶର ଅଧିକାଂଶ ସ୍ଥାନରେ ବ୍ୟାଙ୍କ ଶାଖା ସାଧାରଣ ଭାବେ ଖୋଲିବ। ଗ୍ରାହକମାନେ ନିୟମିତ କାର୍ଯ୍ୟ ସମୟରେ ବ୍ୟାଙ୍କିଂ ସେବା ପାଇପାରିବେ


