October 23, 2024

ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ

1 min read

ଭୁବନେଶ୍ବର: ଆଜିଠୁ ଖୋଲିଲା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ | ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ୟୁନିଟ-୫ ସ୍ଥିତ ଅସ୍ଥାୟୀ ପ୍ରକୋଷ୍ଠରେ ଲାଗିଛି ଜନତା ଦରବାର। ପ୍ରତି ସୋମବାର ଦିନ ୧୧ ଟାରୁ ମୁଖ୍ୟମନ୍ତ୍ରୀଙ୍କ ପ୍ରକୋଷ୍ଠରେ ଚାଲିବ ଜନ ଶୁଣାଣି |ସମସ୍ୟା ଶୁଣିବା ସହ ସମାଧାନ ଦିଗରେ ପଦକ୍ଷେପ ନେବେ ରାଜ୍ୟ ସରକାର।

ଆଜିର ଏହି ଶୁଣାଣି ପୂର୍ବରୁ ପଞ୍ଜିକରଣ ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରୁ ଶତାଧିକ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି । ତେବେ ଆଜି ପ୍ରାୟ ୩୦୦ରୁ ଉର୍ଦ୍ଧ୍ୱ ଲୋକ ନାମ ପଞ୍ଜିକରଣ କରିଥିବା ସୂଚନା ରହିଛି ଯେଉଁଥିରେ ଅନେକ ଦିବ୍ୟାଙ୍ଗ ମଧ୍ୟ ସାମିଲ ଅଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଅଭିଯୋଗ ଶୁଣାଣି କରିବା ସହ ଏହାର ସମାଧାନ ପାଇଁ ମଧ୍ୟ ନିର୍ଦ୍ଦେଶ ଦେବେ ।

ଏହି ସମୟରେ ସମସ୍ତ ମନ୍ତ୍ରୀମାନେ ଉପସ୍ଥିତ ରହିବେ ବୋଲି ଜଣାଯାଇଛି। ଅଭିଯୋଗ ଶୁଣାଣି ପାଇଁ ସକାଳ ୯ଟାରୁ ଆରମ୍ଭ ପଞ୍ଜିକରଣ ଆରମ୍ଭ ହୋଇ ଦିନ ୧୨ଟା ଯାଏ ଚାଲିବ।

Leave a Reply

Your email address will not be published. Required fields are marked *