ପୁରୀରେ ସବୁଠାରୁ ବଡ଼ ଚଢ଼ଉ
1 min read
ପୁରୀ: ପୁରୀ ଇତିହାସରେ ସବୁଠାରୁ ବଡ଼ ଚଢ଼ଉ। ବାଲି ମାଫିଆଙ୍କ ବିରୋଧରେ ପୁରୀ ଖଣି ଅଧିକାରୀ ଓ ସ୍ପେଶାଲ ସ୍କ୍ୱାଡ ପୁଲିସର ବଡ଼ କାର୍ଯ୍ୟାନୁଷ୍ଠାନ। ୧୦ଜଣଙ୍କୁ ଅଟକ ରଖିଛି ବଳଙ୍ଗା ଥାନା ପୁଲିସ ବଳଙ୍ଗା ଭାର୍ଗବୀ ନଦୀ ତେରହଳଠାରେ ବେଆଇନ ବାଲି ଘାଟ ଉପରେ ଗତ ବିଳମ୍ବିତ ରାତିରେ ଚଢ଼ଉ କରି ୧୮ଟି ବାଲି ବୋଝେଇ ହାଇୱା ଓ ୨ ଟି ଜେସିବି ମେସିନ ଜବତ ହୋଇଛି। ଏଥିରେ ସମ୍ପୃକ୍ତ ୧୦ଜଣଙ୍କୁ ଅଟକ ରଖିଛି ବଳଙ୍ଗା ଥାନା ପୁଲିସ। କିଛି ଦିନ ହେବ ଏହି ବେଆଇନ ବାଲି ଘାଟ ଚାଲୁଥିଲା। ମାଫିଆମାନେ ବୋମା ପକାଇ, ଗ୍ରାମବାସୀଙ୍କୁ ଭୟଭୀତ କରାଇ ଏଇ ବେଆଇନ କାମ ଚଳାଇଥିଲେ।


