July 27, 2024

ଇଭିଏମକୁ ପୋଖରୀରେ ଫିଙ୍ଗିଲେ ଉତ୍ତ୍ୟକ୍ତ ଲୋକେ

1 min read

କଲକାତା: ୭ମ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟଗ୍ରହଣ ସମୟରେ ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନରେ ହିଂସା ଦେଖିବାକୁ ମିଳିଛି। ଯାଦବପୁର ଲୋକସଭା କ୍ଷେତ୍ର ଅଧୀନ ଭାଙ୍ଗରରେ ଟିଏମସି କର୍ମୀମାନେ ବୋମାମାଡ଼ କରିଥିବାବେଳେ ଦକ୍ଷିଣ ୨୪ ପ୍ରଗଣା ଅଞ୍ଚଳର କୁଲତାଇରେ ଉତ୍ତ୍ୟକ୍ତ ଲୋକେ ଇଭିଏମ ଏବଂ ଭିଭିପାଟ ମେଶିନକୁ ପୋଖରୀରେ ଫିଙ୍ଗି ଦେଇଥିବା ସାମ୍ନାକୁ ଆସିଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଲାଗି ରହିଛି।

ମିଳିଥିବା ସୂଚନା ଅନୁସାରେ, କୁଲତାଇର ୪୦ ଏବଂ ୪୧ ନମ୍ବର ବୁଥରେ ଶନିବାର ସକାଳୁ ମତଦାନ ଆରମ୍ଭ ହୋଇଥିଲା। ଭୋଟ ଦେବା ପାଇଁ ବହୁ ସଂଖ୍ୟାରେ ଲୋକେ ଧାଡ଼ିରେ ଛିଡ଼ା ହୋଇଥିଲେ। ଏହି ସମୟରେ ସେଠାରେ କିଛି ଟିଏମସି କର୍ମୀ ପହଞ୍ଚି ଲୋକଙ୍କୁ ଧମକାଇଥିଲେ। ଏହାକୁ ନେଇ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ଅନେକ ଲୋକ ଟିଏମସି କର୍ମୀଙ୍କ ଏପରି ଧମକ ଶୁଣି ପାଟିତୁଣ୍ଡ କରିବା ସହିତ ବୁଥରେ ପଶି ଇଭିଏମ ଏବଂ ଭିଭିପାଟ ମେଶିନଗୁଡ଼ିକୁ ନିକଟରେ ଥିବା ପୋଖରୀରେ ଫିଙ୍ଗି ଦେଇଥିଲେ।

Leave a Reply

Your email address will not be published. Required fields are marked *