September 21, 2026

ସ୍ଥଗିତ ହେଲା ଓଡ଼ିଶା ପୋଲିସ ଏସଆଇ ପରୀକ୍ଷା

1 min read

ଭୁବନେଶ୍ୱର: ସ୍ଥଗିତ ହେଲା ଓଡ଼ିଶା ପୋଲିସ ଏସଆଇ ପରୀକ୍ଷା। ଲିଖିତ ପରୀକ୍ଷା ସ୍ଥଗିତ ହେବା ନେଇ ଓଡ଼ିଶା ପୋଲିସ ରିକ୍ରୁଟମେଣ୍ଟ ବୋର୍ଡ (ଓପିଆରବି) ପକ୍ଷରୁ ସୂଚନା ଜାରି କରାଯାଇଛି। ଶୀଘ୍ର ପରବର୍ତ୍ତୀ ପରୀକ୍ଷା ତାରିଖ ଘୋଷଣା କରାଯିବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି।

ଅକ୍ଟୋବର ୫ ଓ ୬ ତାରିଖରେ ପୋଲିସ ସବଇନ୍ସପେକ୍ଟର ପରୀକ୍ଷା ହେବାର ଥିଲା। ତେବେ ପୋଲିସ ଏସଆଇ ପରୀକ୍ଷାରେ ଜାଲିଆତି ହୋଇଥିବା ନେଇ ଅଭିଯୋଗ ଆସିବା ପରେ ବୋର୍ଡ ପକ୍ଷରୁ ପରୀକ୍ଷାକୁ ସ୍ଥଗିତ କରାଯାଇଛି।

ପୂର୍ବରୁ ୨୦୨୫ ସେପ୍ଟେମ୍ବର ୨୧ ଓ ୨୨ ତାରିଖରେ ପୋଲିସ ଏସଆଇ ପରୀକ୍ଷା ହେବାକୁ ସ୍ଥିର ହୋଇଥିଲା। କିନ୍ତୁ ସେହିଦନି ଓପିଏସସିର ଆସିଷ୍ଟାଣ୍ଟ ସେକ୍ସନ ଅଫିସର ପରୀକ୍ଷା ହେବାକୁ ଥିବାରୁ ଏସଆଇ ପରୀକ୍ଷା ତାରିଖ ପରିବର୍ତ୍ତନ କରାଯାଇଥିଲା। ଏସଆଇ ପରୀକ୍ଷା ଅକ୍ଟୋବର ୫ ଓ ୬ ତାରିଖରେ ହେବାକୁ ଧାର୍ଯ୍ୟ ହୋଇଥିଲା।