January 22, 2026

ଅଢ଼େଇ ବର୍ଷ ପୂର୍ବରୁ ଜଣେ ନାବାଳିକାକୁ ଦୁଷ୍କର୍ମ ମାମଲାରେ ସୁନ୍ଦରଗଡ଼ ସ୍ବତନ୍ତ୍ର ପୋକ୍ସୋ ଅଦାଲତ ଦୋଷୀ ସାବ୍ୟସ୍ତ

1 min read

ସୁନ୍ଦରଗଡ଼: ଅଢ଼େଇ ବର୍ଷ ପୂର୍ବରୁ ଜଣେ ନାବାଳିକାକୁ ଦୁଷ୍କର୍ମ ମାମଲାରେ ସୁନ୍ଦରଗଡ଼ ସ୍ବତନ୍ତ୍ର ପୋକ୍ସୋ ଅଦାଲତ ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତିଙ୍କୁ ୨୦ ବର୍ଷ ଜେଲ୍‌ଦଣ୍ଡ ଶୁଣାଇଛନ୍ତି। ‌ଏଥି ସହିତ କୋର୍ଟ ଦୋଷୀଙ୍କୁ ୨୦ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି ଏବଂ ଜରିମାନା ଅନାଦେୟ ରହିଲେ ଆହୁରି ୧ ବର୍ଷ ଜେଲ୍‌ରେ ରହିବେ ବୋଲି କହିଛନ୍ତି।

ଦୋଷୀକୁ ୨୦ ବର୍ଷର ସଶ୍ରମ କାରାଦଣ୍ଡାଦେଶ ଓ ୨୦ ହଜାର ଜରିମାନାରେ ଦଣ୍ଡିତ କରିଛନ୍ତି। ଜରିମାନା ଅନାଦେୟ ରହିଲେ ଆହୁରି ୧ ବର୍ଷ ଜେଲ୍‌ଦଣ୍ଡ ଆଦେଶ ଦେଇଛନ୍ତି। ପୀଡ଼ିତା ପରିବାରକୁ ୭ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣକୁ ନିର୍ଦ୍ଦେଶ ଦେଇଛନ୍ତି।
ମାମଲାରୁ ଜଣାଯାଏ ଯେ, ୨୦୨୩ ଫେବ୍ରୁଆରିରେ ହେମଗିରି ଥାନା ଅଞ୍ଚଳର ଜଣେ ୯ ବର୍ଷିଆ କୁନି ଝିଅକୁ ଦୁଷ୍କର୍ମ ଅଭିଯୋଗରେ ଅଭିଯୁକ୍ତ କୁନା ପ୍ରଧାନକୁ ପୁଲିସ ଗିରଫ କରିଥିଲା। ସୁନ୍ଦରଗଡ଼ ସ୍ବତନ୍ତ୍ର ପୋକ୍ସୋ କୋର୍ଟ ଆଜି ଏହି ମାମଲାରେ ସମସ୍ତ ପ୍ରମାଣକୁ ଆଧାର କରି ରାୟ ପ୍ରକାଶ କରିଛନ୍ତି। ଦୋଷୀକୁ ୨୦ ବର୍ଷର ସଶ୍ରମ କାରାଦଣ୍ଡାଦେଶ ଓ ୨୦ ହଜାର ଜରିମାନାରେ ଦଣ୍ଡିତ କରିଛନ୍ତି। ଜରିମାନା ଅନାଦେୟ ରହିଲେ ଆହୁରି ୧ ବର୍ଷ ଜେଲ୍‌ଦଣ୍ଡ ଆଦେଶ ଦେଇଛନ୍ତି। ପୀଡ଼ିତା ପରିବାରକୁ ୭ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣକୁ ନିର୍ଦ୍ଦେଶ ଦେଇଛନ୍ତି।