July 27, 2024

ରାଜ୍ୟ ସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ ପ୍ରତିଯୋଗିତା ଅନୁଷ୍ଠିତ

1 min read

ବ୍ରହ୍ମପୁର/ଭୁବନେଶ୍ୱର: ଆଜି ଠୁ ଦୁଇ ଦିନ ବ୍ୟାପି ରାଜ୍ୟ ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ପ୍ରତିଯୋଗିତା ଉତ୍ସବ ଅନୁଷ୍ଠିତ ହୋଇଛି l ଭୁବନେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟ ଅଧିନସ୍ଥ ବ୍ରହ୍ମପୁର , ଭୁବନେଶ୍ୱର, କଟକ, ବରଗଡ, ରାଉରକେଲା, ଗଜପତି, ବାଲେଶ୍ୱର ସଂକୁଳରୁ ମୋଟ 119 ଜଣ ବିଦ୍ୟାର୍ଥୀଙ୍କ ସମେତ 18 ଜଣ ଅନୁରକ୍ଷକ ଆମ୍ବପୁଆ ପି.ଏମ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ଠାରେ ପ୍ରଦର୍ଶନୀ ପ୍ରତିଯୋଗିତା ଉତ୍ସବରେ ଯୋଗ ଦେଇଥିଲେ l ଉକ୍ତ କାର୍ଯ୍ୟକ୍ରମରେ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ଆଞ୍ଚଳିକ କାର୍ଯ୍ୟାଳୟ ଭୁବନେଶ୍ୱର ର ସହ-ଆୟୁକ୍ତ ଶ୍ରୀଯୁକ୍ତ ଅନିଲ କୁମାର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ବ୍ରହ୍ମପୁର IISER ପ୍ରଫେସର ଜୟଦୀପ ମୁଖୋପାଧ୍ୟାୟ ( ଏକାଡେ଼ମିକ ବ୍ୟାପାର ପ୍ରମୁଖ ) ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ l ଏହା ପରେ ଯଥାଵିଧି ବିଦ୍ୟାଳୟ ପ୍ରlଚାର୍ଯ୍ୟ ଶ୍ରୀ ଶିବାପ୍ରିୟ ଦାଶ ଅତିଥି ମାନଙ୍କୁ ସ୍ୱାଗତ ସମ୍ଭାଷଣ ସହ ସ୍ୱାଗତ କରିଥିଲେ l ପରେ ସାମୁହିକ ଦୀପ ପ୍ରଜ୍ବଳନ କରାଯାଇଥିଲା l ଏହା ପରେ ବିଦ୍ୟାଳୟ ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶିତ କରାଯାଇଥିଲା l ମୁଖ୍ୟ ଅତିଥି ଛାତ୍ର ଛାତ୍ରୀଙ୍କୁ ଦିନ ଚର୍ଯ୍ୟା ଭିତ୍ତିରେ କିପରି ଅଧ୍ୟୟନ କରି ସଫଳତା ପାଇବେ ଓ ବୈଜ୍ଞାନିକ ପ୍ରଦର୍ଶନୀ ଉତ୍ସବର ଗୁରୁତ୍ୱ ସମ୍ବନ୍ଧରେ ସମ୍ବୋଧିତ କରିଥିଲେ l ଜିଲ୍ଲାର ବିଭିନ୍ନ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ରୁ ମୋଟ ନଅ ଜଣ ସମ୍ମାନନୀୟ ବ୍ୟକ୍ତିତ୍ୱ ବୃନ୍ଦ ବିଚାରକ ମଣ୍ଡଳୀ ଭାବେ ଯୋଗ ଦେଇଥିବା ବେଳେ ବିଦ୍ୟାଳୟ ଇଂରାଜୀ ଅଧ୍ୟାପିକା ଶ୍ରୀମତୀ ମନୀଷା ମେନନ,ହିନ୍ଦୀ ଶିକ୍ଷୟିତ୍ରୀ ଶ୍ରୀମତୀ ଚପଳା ପତି ଏବଂ ସଂଗୀତ ଶିକ୍ଷକ ଶ୍ରୀ ମୁକୁନ୍ଦ ସାହୁ ମଞ୍ଚ ପରିଚାଳନା କରିଥିଲେ l

ଉକ୍ତ କାର୍ଯ୍ୟକ୍ରମରେ ସାମାଜିକ ଗଣମାଧ୍ୟମ ପ୍ରମୁଖମାନେ ମଧ୍ୟ ଉପସ୍ଥିତ ଥିଲେ l ତତ ପରେ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ବିଦ୍ୟାର୍ଥୀଙ୍କ ଦ୍ୱାରା ସ୍ୱାସ୍ଥ୍ୟ,ଜୀବନ,କୃଷି, ଅଭିକଳlତ୍ମକ ଚିନ୍ତନ ତଥା ଯୋଗାଯୋଗ ଓ ପରିବହନ ଆଦି ପ୍ରସଙ୍ଗ ଭିତ୍ତିରେ ବିଜ୍ଞାନ ପ୍ରକଳ୍ପ ଗୁଡିକୁ ପ୍ରଦର୍ଶନ କରାଯାଇ ବିଚାରକଙ୍କ ଦ୍ୱାରା ମୂଲ୍ୟାଙ୍କନ କରାଯାଇଥିଲା l କୃତି ବିଦ୍ୟାର୍ଥୀଙ୍କୁ ପୁରସ୍କାର ପ୍ରଦାନ କରାଯିବା ସହ ଜାତୀୟ ସ୍ତରକୁ ମନୋନୀତ କରିବା ହିଁ ପ୍ରଦର୍ଶନୀ ଉତ୍ସବର ମୁଖ୍ୟ ଉଦ୍ଧେଶ୍ୟ ଥିଲା l ଏଥି ସହ ବିଦ୍ୟାଳୟ ସ୍ତରୀୟ ଚିତ୍ରକଳା ପ୍ରଦର୍ଶନୀ ବିଚାରକ ମଣ୍ଡଳୀ ତଥା ଅତିଥି ବୃନ୍ଦଙ୍କ ମନ ମୁଗ୍ଧକର ହୋଇଥିଲା ଲ

       ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ହରିହର ପଣ୍ଡା ଓ ଜୀବ ବିଜ୍ଞାନ ଅଧ୍ୟାପକ ଶ୍ରୀ ରାଜ୍ କିଶୋର ଚମ୍ପତି କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଅଧ୍ୟାପକ ଡ଼ଃ ନରେନ୍ଦ୍ର ମେହେର, ଅଧ୍ୟାପିକା ଶ୍ରୀମତୀ ଭି. ଅନୀତା କୁମାରୀ,ରଶ୍ମିପ୍ରଭା ସାହୁ, ଅଧ୍ୟାପକ ଶ୍ରୀ ଲୋକନାଥ ପାଠୀ, ସରୋଜକାନ୍ତ ମିଶ୍ର, ଶିକ୍ଷକ ଏନ. ପ୍ରଭାକର, ଧର୍ମ ରାଜୁ ବେହେରା, ଚୂଡ଼ାମଣି ବେହେରା,ପ୍ରଭାକର ବେହେରା, ଶିକ୍ଷୟିତ୍ରୀ ଶ୍ରୀମତୀ ଅନିତାମୟୀ ପଣ୍ଡା, ପ୍ରମିଳା ସାମନ୍ତରାୟ, ମୀରା ରଥ, ଭାରତୀ ପଣ୍ଡା, କଳା ଶିକ୍ଷକ ଶ୍ରୀ ପୃଥ୍ଵୀରାଜ ମହାପାତ୍ର, ଲାଇବ୍ରେରୀଆନ ଶ୍ରୀ ନଳିନୀରଞ୍ଜନ ଦାଶ ଓ କର୍ମାନୁଭୂତି ଶିକ୍ଷକ ଶ୍ରୀ କେ.ଦିଲ୍ଲୀପ କୁମାର ସୁବୁଦ୍ଧି ପ୍ରମୁଖ ଗୁରୁ ଦାୟିତ୍ବ ବହନ କରିଥିଲେ l ପରିଶେଷରେ ଜୀବ ବିଜ୍ଞାନ ଅଧ୍ୟାପିକା ଶ୍ରୀମତୀ ଜ୍ୟୋତିର୍ମୟୀ ତ୍ରିପାଠୀ ଙ୍କ ଦ୍ୱାରା ଧନ୍ୟବାଦ ଅର୍ପଣ କରାଯାଇଥିଲା l

Leave a Reply

Your email address will not be published. Required fields are marked *