August 5, 2026

ବାରମ୍ବାର ଗୃହକୁ ମୁଲତବୀ ଘୋଷଣା କରୁଛନ୍ତି ବାଚସ୍ପତି: ସ୍ଵାଭାବିକ ହୋଇପାରୁନି ବିଧାନସଭା ଗୃହ କାର୍ଯ୍ୟ

1 min read

ଭୁବନେଶ୍ୱର: ସ୍ଵାଭାବିକ ହୋଇପାରୁନି ବିଧାନସଭା ଗୃହ କାର୍ଯ୍ୟ। ବାରମ୍ବାର ଗୃହକୁ ମୁଲତବୀ ଘୋଷଣା କରୁଛନ୍ତି ବାଚସ୍ପତି।

ସପ୍ତଦଶ ବିଧାନସଭାର ଚତୁର୍ଥ ଅଧିବେଶନର ପଞ୍ଚମ ଦିନରେ ମଧ୍ୟ ସ୍ଵାଭାବିକ ଭାବେ ଚାଲିପାରିଲା ନାହିଁ ଗୃହ କାର୍ଯ୍ୟ। ଆରମ୍ଭରୁ ହୋହଲ୍ଲା କରି ବାଚସ୍ପତିଙ୍କ ପୋଡ଼ିୟମ ତଳେ ଏକାଠି ହୋଇଥିଲେ ବିରୋଧୀ ବିଜେଡି ସଦସ୍ୟ। ପଞ୍ଚାୟତିରାଜ ବ୍ୟବସ୍ଥାରେ ଜନପ୍ରତିନିଧିଙ୍କ କ୍ଷମତା ସଂକୁଚିତ କରାଯିବା ଘଟଣାକୁ ନେଇ ପ୍ଲାକାର୍ଡ ଓ ପୋଷ୍ଟର ଧରି ପ୍ରତିବାଦ କରିଥିଲେ ବିରୋଧୀ ବିଧାୟକ।

ବିଜେଡି ବିଧାୟକ ନାରାବାଜି କରୁଥିବା ବେଳେ କଂଗ୍ରେସ ବିଧାୟକମାନେ ନିଜ ନିଜ ଆସନରେ ଛିଡ଼ା ହୋଇ ପ୍ରତିବାଦ କରିଥିଲେ।

ବିରୋଧୀଙ୍କ ହଟ୍ଟଗୋଳ ସତ୍ତ୍ଵେ ଗୃହ କାର୍ଯ୍ୟକୁ ଜାରି ରଖିଥିଲେ ବାଚସ୍ପତି। ତେବେ ଗୃହକାର୍ଯ୍ୟ ପରିଚାଳନାରେ ସହଯୋଗ କରିବାକୁ ବାରମ୍ବାର ଅନୁରୋଧ କରିଥିଲେ ମଧ୍ୟ ଶୁଣିନଥିଲେ ବିରୋଧୀ ବିଧାୟକ। ଶେଷରେ ଅପରାହ୍ଣ ୪ଟା ଯାଏଁ ଗୃହକୁ ମଲତବୀ ଘୋଷଣା କରିଥିଲେ ବାଚସ୍ପତି।