September 24, 2026

ଦାରିଙ୍ଗବାଡି ଥାନା ଅଞ୍ଚଳରେ ଦିନକୁ ଦିନ ଚୋରା ମଦ କାରବାର

1 min read

ଦାରିଙ୍ଗବାଡି: କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଦିନକୁ ଦିନ ଚୋରା ମଦ କାରବାର ବୃଦ୍ଧି ପାଉଛି । ବିଶେଷ କରି ଉକ୍ତ ଥାନା ଅଞ୍ଚଳ ସିମନବାଡି ପଞ୍ଚାୟତ ଅଞ୍ଚଳରେ ସନ୍ଧ୍ୟା ହେଲେ ଭଦ୍ର ଲୋକ ଘରୁ ପଦାକୁ ଗୋଡ଼ ବାହାର କରିବାକୁ ଭୟ କରୁଛନ୍ତି। କିଛି ଅସାମାଜିକ ଯୁବକ ସନ୍ଧ୍ୟା ହେଲେ ନିଶାସକ୍ତ ଅବସ୍ଥାରେ ବିଭିନ୍ନ ଦୋକାନ ବିଶେଷ କରି ଜନଗହଳି ସ୍ଥାନରେ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ଯୋଗୁ ମହିଳାମାନେ ଭୟ କରୁଛନ୍ତି। ଉକ୍ତ ପଞ୍ଚାୟତର ଜଣେ ଯୁବକ ନିୟମିତ ଏଭଳି କରୁଥିବା ଅଭିଯୋଗ ବାରମ୍ବାର ହୋଇଛି। ଏଭଳି ବ୍ୟବହାରରେ ବଜାରରେ ଲୋକମାନେ ଅତିଷ୍ଠ ହୋଇପଡିଥିବା ଜଣାପଡିଛି। ଦାରିଙ୍ଗବାଡିରେ ଅବକାରୀ ଥାନା ଓ ପୋଲିସ ଥାନା ରହିଥିଲେ ମଧ୍ୟ ପାଟ୍ରୋଲିଂ କିମ୍ବା ଚୋରାମଦ ବ୍ୟବସାୟୀଙ୍କୁ ଚିହ୍ନଟ କରି କାର୍ଯ୍ୟାନୁଷ୍ଠାନ କରାଯାଉନଥିବା ସ୍ଥାନୀୟ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ପୋଲିସ ଅନୁପସ୍ଥିତର ଫାଇଦା ନେଇ କିଛି ଅସାମାଜିକ ଲୋକଙ୍କ ଦିନକୁ ଦିନ ଦୌରାତ୍ମ୍ୟ ବୃଦ୍ଧି ପାଉଛି। ଏଥିପ୍ରତି ପୋଲିସ ଓ ଅବକାରୀ ବିଭାଗ ଗୁରୁତ୍ୱ ଦେବାକୁ ଦାବି ହୋଇଛି ।