May 16, 2025

ଆକାଶ ଛୁଆଁ ସୁନା ଦର

1 min read

ଭୁବନେଶ୍ୱର : ଆକାଶ ଛୁଆଁ ସୁନା ଦର । ଗତ କିଛି ଦିନ ମଧ୍ୟରେ ସୁନା ଦାମ୍‌ ରେକର୍ଡ ପରେ ରେକର୍ଡ ଭାଙ୍ଗିଛି । ମାର୍ଚ୍ଚ ୧୮ ଅର୍ଥାତ୍‌ ମଙ୍ଗଳବାର ସୁନା ଦାମ୍‌ ୯୦ ହଜାର ହୋଇଛି ।

୨୪ କ୍ୟାରେଟ୍‌ ୧୦ ଗ୍ରାମ୍‌ ସୁନା ଦାମ୍‌ ୯୦ ହଜାରରେ ପହଞ୍ଚିଛି । ଗତକାଲି ଏହା ୮୯,୫୬୦ ଟଙ୍କା ଥିଲା । ଅର୍ଥାତ୍‌ ଦିନକରେ ୪୪୦ ଟଙ୍କା ବୃଦ୍ଧି ପାଇଛି ।

୨୨ କ୍ୟାରେଟ୍‌ ସୁନା ଦାମ୍‌ ୧୦ ଗ୍ରାମ୍‌କୁ ୮୨,୫୦୦ ଟଙ୍କା ରହିଛି । ଗତକାଲି ଏହା ୮୨,୧୦୦ ଥିଲା । ଦିନକରେ ୪୦୦ ଟଙ୍କା ଏଥିରେ ବୃଦ୍ଧି ହୋଇଛି ।

ସେହିପରି ୧୮ କ୍ୟାରେଟ୍‌ ସୁନା ନାମ୍‌ ୧୦ ଗ୍ରାମ୍‌କୁ ୬୭,୫୦୦ ଟଙ୍କା ରହିଛି । ଗତକାଲି ଏହା ୬୭,୧୮୦ ଟଙ୍କା ଥିଲା । ଗୋଟିଏ ଦିନରେ ଏହା ୩୨୦ ଟଙ୍କା ବୃଦ୍ଧି ପାଇଛି ।