August 15, 2026

ଆଗାମୀ ବର୍ଷ ଭାରତ ଏବଂ ଶ୍ରୀଲଙ୍କାରେ ହେବାକୁ ଥିବା ଟି-୨୦ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା

1 min read

ମୁମ୍ବାଇ: ଆଗାମୀ ବର୍ଷ ଭାରତ ଏବଂ ଶ୍ରୀଲଙ୍କାରେ ହେବାକୁ ଥିବା ଟି-୨୦ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ତେବେ ଟୁର୍ଣ୍ଣାମେଣ୍ଟର କାର୍ଯ୍ୟସୂଚୀକୁ ନେଇ ବିବାଦ ଦେଖାଦେଇଛି। ଶିବସେନା (ୟୁବିଟି) ନେତା ଆଦିତ୍ୟ ଠାକରେ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଚଳିତ ଟି-୨୦ ବିଶ୍ୱକପର ଫାଇନାଲ ଆୟୋଜନ ପାଇଁ ଅହମଦାବାଦକୁ ଚୟନ କରିବା ପାଇଁ ସମାଲୋଚନା କରିଛନ୍ତି ଏବଂ ଏହା ପକ୍ଷପାତିତାପୂର୍ଣ୍ଣ ରାଜନୀତି ବୋଲି ଅଭିଯୋଗ ଆଣିଛନ୍ତି।

ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ଆଦିତ୍ୟ ଠାକରେ, ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟରେ ପ୍ରଶ୍ନ ଉଠାଇଛନ୍ତି ଯେ, ଆସନ୍ତା ବର୍ଷ ପ୍ରାରମ୍ଭରେ ହେବାକୁ ଥିବା T20 ବିଶ୍ୱକପ୍ ଫାଇନାଲ୍ ପାଇଁ ମୁମ୍ବାଇ କାହିଁକି ସ୍ଥାନ ହୋଇପାରିଲା ନାହିଁ।