July 27, 2024

ଚିକିତ୍ସା ଅବହେଳାରୁ ଶିଶୁ ମୃତ୍ୟୁକୁ ନେଇ ରାଉରକେଲା ସରକାରୀ ଡାକ୍ତରଖାନା ଉତ୍ତେଜନା

1 min read

ରାଉରକେଲା: ଚିକିତ୍ସା ଅବହେଳାରୁ ଶିଶୁ ମୃତ୍ୟୁକୁ ନେଇ ରାଉରକେଲା ସରକାରୀ ଡାକ୍ତରଖାନା ରେ ଉତ୍ତେଜନା ପ୍ରକାଶ ପାଇଥିଲା। କାର୍ଯ୍ୟରତ ଡାକ୍ତର ଓ ନର୍ସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ମୃତ ଶିଶୁର ବାପା-ମା ଓ ପରିବାର ଲୋକ ମାତୃଶିଶୁ ହସ୍ପିଟାଲ ରେ ପାଟିତୁଣ୍ଡ କରିଥିଲେ।

ଉଭୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଓ କ୍ଷତିପୂରଣ ନ ମିଳିବା ପର୍ଯ୍ୟନ୍ତ ଏମ୍‌ସିଏଚ୍‌ରୁ ହଟିବେ ନାହିଁ ଜିଦ୍‌ ଧରିଥିଲେ। ଆର୍‌ଜିଏଚ୍‌ର ବରିଷ୍ଠ ଅଧିକାରୀ ଓ ସୁରକ୍ଷାକର୍ମୀ ପହଞ୍ଚି ଉତ୍ତେଜିତ ପରିବାର ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।

ବୀରମିତ୍ରପୁର ଅଞ୍ଚଳର ଶେଖର ଜପୁରିଆଙ୍କ ୭ ମାସର ପୁଅ ଗୌରବ ଅପପୃଷ୍ଟିର ଶିକାର ହୋଇଥିବା ବାପା-ମା ତାଙ୍କୁ ଗତ ଏମ୍‌ସିଏଚ୍‌ ପାର୍ଶ୍ବ ପୁଷ୍ଟି ପୁନର୍ବାସ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଓଜନ ବଢ଼ିବା ସହ ସ୍ବାସ୍ଥ୍ୟଅବସ୍ଥାର ଆସିବାରୁ ଆଜି ଶେଖର ଓ ତାଙ୍କ ପତ୍ନୀ ସସ୍ମିତା ପୁଅକୁ ସକାଳ ୧୦ଟାରେ ଘରକୁ ନେବାକୁ ବାହାରିଥିଲେ।

ହଠାତ୍‌ ସ୍ବାସ୍ଥ୍ୟଅବସ୍ଥା ଗୁରୁତର ହୋଇ ପଡ଼ିବାର ଗୌରବକୁ ଏମ୍‌ସିଏଚ୍‌ରେ ଭତ୍ତି କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଅପରାହ୍ନ ପ୍ରାୟ ଦେଢ଼ଟାରେ ଗୌରବର ମୃତ୍ୟୁ ହୋଇଥିଲା

Leave a Reply

Your email address will not be published. Required fields are marked *