January 14, 2026

ଓଡ଼ିଶା ସମେତ ୫ ରାଜ୍ୟ ପାଇଁ ରେଡ୍‌ଆଲର୍ଟ ଜାରି

1 min read

ନୂଆଦିଲ୍ଲୀ: ଚଳିତ ବର୍ଷ ସମୟ ପୂର୍ବରୁ ମୌସୁମୀ ବାୟୁ ଦେଶରେ ପ୍ରବେଶ କରିଛି। କିଛି ଦିନ ପୂର୍ବରୁ ମୌସୁମୀ କେରଳରେ ପ୍ରବେଶ କରିଥିଲା। ଏବେ ବିହାର ଏବଂ ଝାଡ଼ଖଣ୍ଡରେ ମଧ୍ୟ ପାଗ ଦ୍ରୁତ ଗତିରେ ପରିବର୍ତ୍ତନ ହେଉଛି। ମୌସୁମୀ ଏହି ରାଜ୍ୟଗୁଡ଼ିକରେ ମଧ୍ୟ ପ୍ରବେଶ କରିଛି। ପାଣିପାଗ ବିଭାଗ ଅନୁଯାୟୀ, ମଙ୍ଗଳବାର ବିହାରରେ ମୌସୁମୀ ପୂର୍ଣ୍ଣ ସକ୍ରିୟ ହେବ।

ଏହା ସହିତ ଦକ୍ଷିଣପଶ୍ଚିମ ବାଂଲାଦେଶ ପାର୍ଶ୍ଵବର୍ତ୍ତୀ ଗାଙ୍ଗେୟ ପଶ୍ଚିମବଙ୍ଗ ଉପତ୍ୟକା ଅଞ୍ଚଳରେ ଊଘୁଚାପ ସକ୍ରିୟ ହେବା ଯୋଗୁ ଏହାର ପ୍ରଭାବରେ ଉତ୍ତରପଶ୍ଚିମ ପାର୍ଶ୍ଵବର୍ତ୍ତୀ ଉତ୍ତରପୂର୍ବ ବଙ୍ଗୋପସାଗର ସମେତ, ପଶ୍ଚିମବଙ୍ଗ, ବାଂଲାଦେଶ, ଓଡିଶା, ଉପକୂଳ ସହ ଉତ୍ତର ଛତିଶଗଡ ଏବଂ ଝାଡ଼ଖଣ୍ଡରେ ଆକାଶ ମେଘ ଘୋଡେଇ ରହିବା ସହ କିଛି ଅଞ୍ଚଳରେ ବର୍ଷା ଲାଗିରହିଛି।