July 27, 2024

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ବିତର୍କ ହେଲେ ରାହୁଲ ପଚାରିବେ ଏହି ପ୍ରଶ୍ନ

1 min read

ନୂଆଦିଲ୍ଲୀ: କିଛିଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଏକ ବିତର୍କ କରିବାକୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଚ୍ୟାଲେଞ୍ଜ ସ୍ବୀକାର କରିଥିଲେ। ଯାହା ଖୁବ୍‌ ଚର୍ଚ୍ଚାରେ ଥିଲା। ତେବେ ଏଯାଏଁ ମୋଦି ଏହାକୁ ନେଇ ମୁହଁ ଖୋଲି ନ ଥିବାବେଳେ ରାହୁଲ ତାଙ୍କୁ କ’ଣ କ’ଣ ପ୍ରଶ୍ନ କରିବେ ଏନେଇ ଏକ ତାଲିକା ପ୍ରସ୍ତୁତ କରିଛନ୍ତି।

କଂଗ୍ରେସ ତା’ର ସୋସିଆଲ ମିଡିଆ ଆକାଉଣ୍ଟ X ରେ ରାହୁଲଙ୍କ ଏକ ଭିଡିଓ ଜାରି କରିଛି। ଯେଉଁଥିରେ ସେ କହିଛନ୍ତି, କିଛି ସାମ୍ବାଦିକ ମୋତେ ଏବଂ ନରେନ୍ଦ୍ର ମୋଦିଜୀଙ୍କୁ ଚିଠି ଲେଖି ଗଣତନ୍ତ୍ରରେ ବିତର୍କ ହେବା ଉଚିତ ବୋଲି କହିଥିଲେ। ମୁଁ ଯେକୌଣସି ସମୟରେ ପ୍ରଧାନମନ୍ତ୍ରୀଙ୍କ ସହ ବିତର୍କ କରିବାକୁ ପ୍ରସ୍ତୁତ, କିନ୍ତୁ ସେ ମୋ ସହ ବିତର୍କ କରିବେ ନାହିଁ। ଆଉ ଯଦି ସେ ମୋ ସହ ବିତର୍କ କରିବାକୁ ଆସନ୍ତି। ମୁଁ ତାଙ୍କୁ ପଚାରିବି,

– ଆଦାନୀଙ୍କ ସହିତ ଆପଣଙ୍କର ସମ୍ପର୍କ କ’ଣ?

-ନିର୍ବାଚନୀ ବଣ୍ଡ ନାମରେ ଆପଣ କାହିଁକି ଚନ୍ଦା ଧନ୍ଦା ଚଳାଉଛନ୍ତି?

-ଆପଣ କୃଷକମାନଙ୍କ ବିରୋଧରେ କଳା ନିୟମ କାହିଁକି ଆଣିଲେ?

-ଯେତେବେଳେ ଲୋକମାନେ କରୋନାରେ ମରୁଥିଲେ, ଆପଣ କାହିଁକି ଥାଳି ବଜେଇବାକୁ କହିଲେ?

-ଆପଣ ଅଗ୍ନିବୀର ଯୋଜନା କାହିଁକି ଆଣିଲେ?

Leave a Reply

Your email address will not be published. Required fields are marked *