October 29, 2026

ସ୍ପେନରେ ଘଟିଥିବା ବଡ଼ ଧରଣର ଟ୍ରେନ୍ ଦୁର୍ଘଟଣା ପରେ ଜନସାଧାରଣଙ୍କ ମଧ୍ୟରେ କ୍ରୋଧ କୁହୁଳିବାରେ ଲାଗିଛି

1 min read

ମାଦ୍ରିଦ:ସ୍ପେନରେ ଘଟିଥିବା ବଡ଼ ଧରଣର ଟ୍ରେନ୍ ଦୁର୍ଘଟଣା ପରେ ଜନସାଧାରଣଙ୍କ ମଧ୍ୟରେ କ୍ରୋଧ କୁହୁଳିବାରେ ଲାଗିଛି। ପୂର୍ବରୁ ଦେଶରେ ପ୍ରତିବାଦ ଜାରି ରହିଥିବାବେଳେ ଟ୍ରେନ୍ ଦୁର୍ଘଟଣା ଯୋଗୁଁ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି।

ଦ୍ରୁତଗାମୀ ଟ୍ରେନ୍ ଧକ୍କାରେ ୬୮ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ୧୦୦ରୁ ଅଧିକ ଆହତ ହୋଇଥିଲେ। ଦୁର୍ଘଟଣା ପରେ ଉତ୍ୟକ୍ତ ଲୋକେ ପରିବହନ ମନ୍ତ୍ରୀ ଅସ୍କାର ପୁଏଣ୍ଟେ ସାଣ୍ଟିଆଗୋଙ୍କ ଇସ୍ତଫା ଦାବି କରିଛନ୍ତି।

ପରିବହନ ମନ୍ତ୍ରଣାଳୟ ବାହାରେ ପ୍ରଦର୍ଶନ
ଟ୍ରେଡ୍ ୟୁନିଅନ୍ ପକ୍ଷରୁ ମଧ୍ୟ ପରିବହନ ମନ୍ତ୍ରୀଙ୍କ ଇସ୍ତଫା ଦାବି କରାଯାଇଛି। ଟ୍ରେଡ୍ ୟୁନିଅନ୍ ଅଭିଯୋଗ କରିଛି ଯେ, ଦାୟିତ୍ୱ ଗ୍ରହଣ କରିବା ପରିବର୍ତ୍ତେ ପୁଏଣ୍ଟେ ଜଣେ ରେଳ ଅଧିକାରୀଙ୍କୁ ଏଥି ପାଇଁ ଦାୟୀ କରିଛନ୍ତି। ପରିବହନ ମନ୍ତ୍ରୀ ଲାଲ ସିଗନାଲ ଏବଂ ବ୍ୟସ୍ତବହୁଳ ଟ୍ରାକ ସତ୍ତ୍ୱେ ଟ୍ରେନ୍‌କୁ ଆଗକୁ ଯିବାକୁ ଅନୁମତି ଦିଆଯିବାକୁ ଦୁର୍ଘଟଣାର କାରଣ ବୋଲି କହିଛନ୍ତି। ପ୍ରଦର୍ଶନକାରୀ ରାଜଧାନୀ ମାଦ୍ରିଦରେ ପରିବହନ ମନ୍ତ୍ରଣାଳୟ ବାହାରେ ପ୍ରଦର୍ଶନ କରି ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି।