July 27, 2024

ବିଜେଡି ଏମ୍‌ପି, ବିଧାୟକ ପ୍ରାର୍ଥୀଙ୍କ ଶୋଭାଯାତ୍ରା

1 min read

ଆଠଗଡ: କଟକ ଲୋକସଭା କ୍ଷେତ୍ରର ବିଜୁଜନତା ଦଳ ପ୍ରାର୍ଥୀ ସଂତୃପ୍ତ ମିଶ୍ର ଓ ଆଠଗଡ଼ ବିଧାୟକ ପ୍ରାର୍ଥୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ପ୍ରଚାର କାର୍ଯ୍ୟ ଜୋରଦାର କରିଛନ୍ତି। ବୁଧବାର ଆଠଗଡ ବ୍ଲକର ଏକ ନମ୍ବର ଯୋନରେ ଏକ ବାଇକ ଶୋଭାଯାତ୍ରା ଆୟୋଜନ କରାଯାଇଥିଲା। ବ୍ଲକର ତରଡିଙ୍ଗ ଗ୍ରାମରୁ

ଏହି ଶୋଭାଯାତ୍ରା ବାହାରି ଯୋରନ୍ଦା, ଗୋପିନାଥ ପୁର,ଦୋରଡ,ସଠିଲୋ, ବାସୁଦେବପୁର, ସମସରପୁର, ଚେରେଇ ପାଟଣା, ରଘୁନାଥପୁର, ଇଚ୍ଛାପୁର, ଜେନା ପଦା, ବଡ଼ଭୂଇଁ, ଖୁଣ୍ଟ କଟା ଆଦି ପଞ୍ଚାୟତ ବୁଲିଥିଲା। ପୂର୍ବତନ କଟକ ଜିଲା ପରିଷଦ ଉପାଧ୍ୟକ୍ଷ ସୁନୀଲ ପରିଡା ଓ କଟକ ଜିଲା ବିଜେଡି

ଉପସଭାପତି ନୃସିଂହ ମହାପାତ୍ରଙ୍କ ନେତୃତ୍ୱରେ ବହୁ ସଂଖ୍ୟାରେ ମୋଟର ସାଇକେଲଆରୋହୀ ଏଥିରେ ଯୋଗଦେଇଥିଲେ। ରାସ୍ତା କଡ଼ରେ ବହୁସଂଖ୍ୟାରେ ମହିଳା ଓ ଯୁବତୀ ଉଭୟ ପ୍ରାର୍ଥୀଙ୍କୁ ପୁଷ୍ପମାଲ୍ୟ ଓ ଉତ୍ତରୀୟ ଦେଇ ସ୍ବାଗତ କରିଥିଲେ। ଏହି ଶୋଭାଯାତ୍ରାରେ ବିଭିନ୍ନ ପଞ୍ଚାୟତର ସରପଞ୍ଚ,

ସମିତି ସଭ୍ୟ ଓ ନେତୃବୃନ୍ଦ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *