July 27, 2024

ରାୟପୁର ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

1 min read

ରାୟପୁର: ଛତିଶଗଡ଼ର ରାଜଧାନୀ ରାୟପୁରର ଏକ ଜଗନ୍ନାଥ ମନ୍ଦିରରେ ଗୁରୁବାର ଦିନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୂଜାର୍ଚ୍ଚନା କରି ମହାପ୍ରଭୁଙ୍କର ଆଶୀର୍ବାଦ ନେଇଛନ୍ତି।

ସୂଚନା ଅନୁସାରେ ଛତିଶଗଡ଼ ଗସ୍ତ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ସକାଳୁ ରାୟପୁରର ଗାୟତ୍ରୀନଗରସ୍ଥିତ ଜଗନ୍ନାଥ ମନ୍ଦିରକୁ ଭ୍ରମଣରେ ଯାଇ ଶ୍ରୀଜଗନ୍ନାଥଙ୍କୁ ପୂଜାର୍ଚ୍ଚନା କରିଥିଲେ। ସାଥିରେ ତାଙ୍କର ସୁକନ୍ୟା ଇତିଶ୍ରୀ ମୁର୍ମୁ ଚତୁର୍ଦ୍ଧାମୂର୍ତ୍ତିଙ୍କର ଦର୍ଶନ ଓ ପୂଜାର୍ଚ୍ଚନା କରିଥିଲେ। ତାଙ୍କ ସହିତ ଛତିଶଗଡ଼ର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ, ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ, ମନ୍ଦିରର ପ୍ରତିଷ୍ଠାତା ସଭାପତି ପୁରୁନ୍ଦର ମିଶ୍ର ଏବଂ ତାଙ୍କର ପତ୍ନୀ ସରସ୍ୱତୀ ମିଶ୍ର ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଜର ଦୁଇ ଦିନିଆ ଗସ୍ତରେ ଗୁରୁବାର ରାୟପୁର ପହଞ୍ଚିଛନ୍ତି। ସ୍ଥାନୀୟ ବିମାନବନ୍ଦରରେ ପହଞ୍ଚିଲା ପରେ ସେଠାରେ ମୁଖ୍ୟ ଶାସନ ସଚିବ ଅମିତାଭ ଜୈନ, ନଗର ନିମଗ କମିସନର ଏଜାଜ ଢେବର, ପୁଲିସ ମହାନିର୍ଦ୍ଦେଶକ ଅଶୋକ ଜୁନେଜା, ରାୟପୁର ଜିଲ୍ଲାପାଳ ସର୍ବେଶ୍ବର ନରେନ୍ଦ୍ର ଭୁରେ ତାଙ୍କୁ ସ୍ବାଗତ କରିଥିଲେ। ସେ ଆଜି ଈଶ୍ବରୀୟ ପ୍ରଜାପିତା ବ୍ରହ୍ମାକୁମାରୀ ବିଶ୍ବବଦ୍ୟାଳୟର ବାର୍ଷିକୋତ୍ସବରେ ସାମିଲ ହୋଇଛନ୍ତି। ଏଥି ସହିତ ରାଷ୍ଟ୍ରପତି ମହନ୍ତ ଗୁରୁ ଘାସୀଦାସ ସଂଗ୍ରହାଳୟ ପହଞ୍ଚି ସେଠାରେ ପୁରୁଣା କୀର୍ତ୍ତିରାଜି ଦେଖିଥିଲେ।

Leave a Reply

Your email address will not be published. Required fields are marked *