January 15, 2025

ଖସିଲା ଆଳୁ ଦର

1 min read

ଭୁବନେଶ୍ୱର : ରାଜଧାନୀରେ ଶସ୍ତା ହେଲା ଆଳୁ ଦର । ଆଳୁ ୩ କିଲୋକୁ ୧୦୦ ଟଙ୍କା । ରାଜ୍ୟ ସରକାରଙ୍କ ପକ୍ଷରୁ ଶସ୍ତାରେ ଆଳୁ ଯୋଗାଇବାକୁ ବ୍ୟବସ୍ତା କରାଯାଇଛି । ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଶନିବାର ଦିନ ୧୦.୪୫ ଠାରୁ ଭୁବନେଶ୍ବରରେ ଶସ୍ତାରେ ବିକ୍ରି କରାଯାଉଛି ଆଳୁ । ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ (ଖାରବେଳ ଭବନ ନିକଟ) ଠାରେ ଭୁବନେଶ୍ୱରର ବିଭିନ୍ନ ଡିଲର ମାନଙ୍କୁ ଆଳୁ ପ୍ରଦାନ କରାଯିବ ।

ସୂଚନାନୁସାରେ,ଗତ ଏକ ମାସ ଧରି ରାଜ୍ୟରେ ଜାରି ରହିଛି ଆଳୁ ସଙ୍କଟ । ପଶ୍ଚିମବଙ୍ଗ ସରକାର ଆଳୁ ଛାଡୁନଥିବାରୁ ରାଜ୍ୟରେ ଅପ୍ରୀତିକର ପରିସ୍ଥିତି ଜାରି ରହିଛି । କେଉଁଠି ଆଳୁ ନାହିଁ ତ କେଉଁଠି ଚଢା ଦରରେ ବିକ୍ରି ହେଉଛି ଆଳୁ । ଅତ୍ୟାବଶ୍ୟକ ପରିବା ଆଳୁ ହେଉଥିବାରୁ ସାରା ରାଜ୍ୟରେ ଅଭାବନୀୟ ପରିସ୍ଥିତି ଜାରି ରହିଛି । ଆଳୁ ସଂକଟକୁ ଦୂର କରିବା ପାଇଁ ରାଜ୍ୟ ସରକାର ୟୁପି ଆଳୁ ଆଣି ଯୋଗାଇଥିଲେ । ମାତ୍ର ଏହା ପର୍ଯ୍ୟାପ୍ତ ନ ହେବାରୁ ପଞ୍ଜାବରୁ ଆଳୁ ଆଣିବାକୁ ଯୋଜନା କରିଥିଲେ ମଧ୍ୟ ଏ ନେଇ କୌଣସି ଠୋସ୍‌ ପଦକ୍ଷେପ ନଉଠାଇବାରୁ ଆଳୁକୁ ନେଇ ପଶ୍ଚିମବଙ୍ଗ ସରକାର ମନମାନୀ ଚଳାଇଛନ୍ତି । ତେବେ ଏହାରି ମଧ୍ୟରେ ଖାଉଟିଙ୍କ ପାଇଁ ନାଫେଡ଼ ଦ୍ୱାରା ଶସ୍ତାରେ ଆଳୁ ଯୋଗାଇବାକୁ ସରକାର ପଦକ୍ଷେପ ନେଇଛନ୍ତି ।

Leave a Reply

Your email address will not be published. Required fields are marked *