July 26, 2024

ସନ୍ଧ୍ୟା ୬ଟା ସୁଦ୍ଧା ରାଜ୍ୟରେ ମତଦାନ

1 min read

ଭୁବନେଶ୍ବର: ଶନିବାର ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହୋଇଯାଇଛି। ତେବେ ସନ୍ଧ୍ୟା ୬ଟା ସୁଦ୍ଧା ରାଜ୍ୟରେ ମୋଟ୍‌ ୫୯.୭୨% ମତଦାନ ହୋଇଛି। ସେହିପରି ଭୁବନେଶ୍ବରରେ ୫୩.୫୪ ପ୍ରତିଶତ ଭୋଟଗ୍ରହଣ ହୋଇଥିବା ବେଳେ କଟକରେ ୫୪.୩୬%, ଢେଙ୍କାନାଳରେ ୬୦.୮୮%, ପୁରୀରେ ୬୧.୧୭% ଏବଂ ସମ୍ବଲପୁରରେ ୬୬.୬୭% ମତଦାନ ହୋଇଛି। ଟୋକନ ଧରି ଲୋକେ ଧାଡ଼ିରେ ଥିବାରୁ ଏହି ସଂଖ୍ୟା ଆହୁରି ବଢ଼ିବାର ସମ୍ଭାବନା ରହିଛି। ଅନୁଗୁଳରେ ୬୫.୧୯, ପୁରୀରେ ୬୧.୯୬, ନୟାଗଡ଼ରେ ୬୧.୦୮, ସମ୍ବଲପୁରରେ ୬୫.୬୧ ,‌ କେନ୍ଦୁଝର ୬୨.୫୯, ମୟୂରଭଂଜ ୬୧.୩୮, ପ୍ରତିଶତ ମତଦାନ ହୋଇଛି।
ଏହି ଲେକସଭା ନିର୍ବାଚନ ମଣ୍ଡଳୀ ଅଧୀନ ଆଠମଲ୍ଲିକରେ ୬୬.୨୦, ଛେଣ୍ଡିପଦାରେ ୬୫.୫୦, ଦେବଗଡ଼ରେ ୬୭.୦୦, କୁଚିଣ୍ଡାରେ ୭୨.୫୫, ସମ୍ବଲପୁରରେ ୫୪.୪୦, ରେଙ୍ଗାଲିରେ ୬୯.୧୧ ଓ ରେଢାଖୋଲରେ ୬୬.୦୦ ପ୍ରତିଶତ ମତଦାନ ହୋଇଛି।ଭୁବନେଶ୍ବର ଲୋକସଭା ଅଧୀନ ଖୋର୍ଦ୍ଧାରେ ୫୮.୧୨, ଜୟଦେବରେ ୬୪.୮୦, ଜଟଣୀରେ ୫୨.୪୦, ଏକାମ୍ରରେ ୪୯.୫୦, ଚିଲିକାରେ ୬୦.୧୨, ଭୁବନେଶ୍ବର ଉତ୍ତରରେ ୪୫.୪୫.୦୦, ଭୁବନେଶ୍ବର ‌ମଧ୍ୟରେ ୪୪.୧୨, ବେଗୁନିଆରେ ୬୫.୭୦ ପ୍ରତିଶତ ମତଦାନ ହୋଇଛି। ଆଜି ସକାଳ ୭ଟାରୁ ଆରମ୍ଭ ହୋଇଥିବା ରାଜ୍ୟର ତୃତୀୟ ପର୍ଯ୍ୟାୟରେ ଆଜି ଭୁବନେଶ୍ବର, କଟକ, ପୁରୀ, ସମ୍ବଲପୁର, ଢେଙ୍କାନାଳ ଓ କେନ୍ଦୁଝର ଲୋକସଭା କ୍ଷେତ୍ର ଓ ଏହାର ଅଧିନ ବିଧାନସଭା ନିର୍ବାଚନ ମଣ୍ଡଳୀରେ ମତଦାନ ହୋଇଯାଇଛି।

Leave a Reply

Your email address will not be published. Required fields are marked *