June 21, 2024

ଅନୁଗୁଳ ଛେଣ୍ଡିପଦାରେ ନିର୍ବାଚନୀ ହିଂସା, ଜଣେ ଗୁରୁତର

1 min read

ଅନୁଗୁଳ: ଆସନ୍ତାକାଲି ରାଜ୍ୟରେ ତୃତୀୟ ପର୍ଯ୍ୟାୟରେ ହେବ ଲୋକସଭା ନିର୍ବାଚନ । ଏଥିପାଇଁ ଗତକାଲି ପ୍ରଚାର ଶେଷ ହୋଇଛି । ଏହା ପୂର୍ବରୁ ରାଜ୍ୟରେ ହିଂସା କାଣ୍ଡ ଦେଖିବାକୁ ମିଳିଛି । ପିପିଲି ଏବଂ ଆଠଗଡ଼ରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଥିବା ବେଳେ ପୁଣି ବର୍ତ୍ତମାନ ଅନୁଗୁଳୁ ଛେଣ୍ଡିପଦାରୁ ଏଭଳି ଖବର ସାମ୍ନାକୁ ଆସିଛି । ହଣ୍ଡିଗୁଡା ଗାଁରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଖଣ୍ଡା ଓ କଟୁରୀରେ ହଣାକଟା ହୋଇଛି । ତେବେ ସଂଘବଦ୍ଧ ଆକ୍ରମଣରେ ଜଣେ ଗୁରୁତର ଅଛନ୍ତି । ଗୁରୁତର ଯୁବକଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

Leave a Reply

Your email address will not be published. Required fields are marked *