September 21, 2026

ମଝି ଚିଲିକାରେ ଫସିଲା ଯାତ୍ରୀବାହୀ ଭସାପୋଲ

1 min read

ବ୍ରହ୍ମଗିରି: ଚିଲିକା ମଝିରେ ୧ଘଣ୍ଟା ଧରି ଅଟକି ରହିଛି ଯାତ୍ରୀବାହୀ ଭସାପୋଲ। ଭସାପୋଲଟି ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଅଧଈନ ଜହ୍ନିକୁଦାରୁ ୭୦ ଜଣ ଯାତ୍ରୀ ସମେତ ୫ଟି କାର, ୫ଟି ବାଇକ୍‌, ଗୋଟିଏ ଯାତ୍ରୀବାହୀ ବସ ନେଇ ସାତପଡା ଅଭିମୁଖେ ଯାଉଥିଲା।

ଚିଲିକା ମଝିରେ ଥିବା ମହିଁଷା କୁଦ ନିକଟରେ କୌଣସି କାରଣରୁ ଚ୍ୟାନେଲ ବାହରକୁ ଚାଲିଯିବାରୁ ଚିଲିକା କୁଦରେ ଫସିରହିଛି। ଭାସାପୋଲ ଫସିଥିବାର ଖବର ପାଇଁ ଅନ୍ୟ ଏକ ଭସାପୋଲ ମାଧ୍ୟମରେ ଜେସିପି ମେସିନି ରଖି ଚ୍ୟାନେଲ ମଧ୍ୟକୁ ଆଣିବାକୁ ଉଦ୍ୟମ କରାଯାୁଛି।