July 27, 2024

ବୁଢିଆଣୀ ଜାଲ ହେବା କ’ଣ ସଂକେତ ଦେଇଥାଏ

1 min read

ବାସ୍ତୁ ଅନୁସାରେ ଘରେ ସକରାତ୍ମକତା ବୃଦ୍ଧି ଲାଗି ଘରକୁ ପରିଷ୍କାର ପରିଚ୍ଛନ୍ନ ରଖିବା ନିହାତି ଜରୁରୀ । କିନ୍ତୁ ବହୁ ସମୟରେ ଆମେ ଘରର ଛାତ ଓ କୋଣରେ ଲାଗିଥିବା ବୁଢିଆଣୀ ଜାଲକୁ ନଜର ଅନ୍ଦାଜ କରି ଦେଇଥାଉ । ଏହାଦ୍ୱାରା ଘରେ ବାସ୍ତୁଦୋଷ ଉତ୍ପନ୍ନ ହୋଇଥାଏ । କୁହାଯାଏ ଘରେ ଅଧିକ ମାତ୍ରାରେ ବୁଢିଆଣୀ ଜାଲ ଲାଗିବା ଦ୍ୱାରା ପରିବାର ସଦସ୍ୟଙ୍କ ଜୀବନରେ ବିଭିନ୍ନ ସମସ୍ୟାର ସାମ୍ନା କରିବାକୁ ପଡିଥାଏ । ଘରେ ସର୍ବଦା ଧନର ଅଭାବ ଲାଗି ରହିଥାଏ । କାର୍ଯ୍ୟରେ ବାଧା ଉପୁଜିଥାଏ । ପରିଜନଙ୍କ ସ୍ୱଭାବରେ ଆଳସ୍ୟ, ଚିଡିଚିଡାପଣ ଓ ନକରାତ୍ମକତା ବଢିଥାଏ । ଏହି କ୍ରମରେ ଆସନ୍ତୁ ଜାଣିବା ବାସ୍ତୁ ଶାସ୍ତ୍ର କ’ଣ କହୁଛି?

୧-ବେଡ୍‌ରୁମ୍‌ରେ ବୁଢିଆଣୀ ଜାଲ ଲାଗିବା ଦ୍ୱାରା ମାନସିକ ଚିନ୍ତା ବଢିଥାଏ । ପତି-ପତ୍ନୀଙ୍କ ମଧ୍ୟରେ ସର୍ବଦା କଳି ଝଗଡା ଲାଗି ରହିଥାଏ ।
୨- ଦୀର୍ଘ ସମୟ ଧରି ଘରର କୋଣରେ ବୁଢିଆଣୀ ଜାଲ ଲାଗି ରହିବା ଦ୍ୱାରା ପରିବାରରେ ଅର୍ଥାଭାବ ସମସ୍ୟା ଲାଗି ରହେ ।
୩-ପୂଜା ଘରେ କେବେ ବି ବୁଢିଆଣୀ ଜାଲ ଲାଗିବାକୁ ଦିଅନ୍ତୁ ନାହିଁ । ଭଗବାନଙ୍କ ଫଟୋକୁ ସର୍ବଦା ସଫା ସୁତୁରା ରଖନ୍ତୁ । ପୂଜା ଘରେ ଅଳନ୍ଦୁ ଲାଗିବା ବ୍ୟକ୍ତିର ଦୁର୍ଭାଗ୍ୟର କାରଣ ହୋଇପାରେ ।
୪-ରୋଷେଇ ଘରେ ବୁଢିଆଣୀ ଜାଲ ବି ଅଶୁଭ ହୋଇଥାଏ । ଏହାଦ୍ୱାରା ପରିବାର ସଦସ୍ୟଙ୍କୁ ସର୍ବଦା କୌଣସି ନା କୌଣସି ରୋଗର ସାମ୍ନା କରିବାକୁ ପଡିଥାଏ । ଏଣୁ କିଚେନ୍‌ରେ ଗ୍ୟାସ୍ କିମ୍ବା ସିଙ୍କ ତଳେ ଲାଗିଥିବା ଅଳନ୍ଦୁକୁ ସମୟ ସମୟରେ ସଫା କରନ୍ତୁ ।

Leave a Reply

Your email address will not be published. Required fields are marked *