ବୈପାରିଗୁଡ଼ା ଅଞ୍ଚଳର ପେଟା ମାଳିଗୁଡ଼ା ଘାଟିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା
1 min read
ବୈପାରିଗୁଡ଼ା: କୋରାପୁଟ ଜିଲ୍ଲାର ବୈପାରିଗୁଡ଼ା ଅଞ୍ଚଳର ପେଟା ମାଳିଗୁଡ଼ା ଘାଟିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କୁନ୍ଦୁରା ଗ୍ରାମରୁ ତିନି ପରିବାର ଗୋଟିଏ ଗାଡ଼ିରେ ଆନ୍ଧ୍ର ପ୍ରଦେଶର ଆର୍କୁ ଭ୍ରମଣକୁ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ, ପେଟା ମାଳିଗୁଡ଼ା ଘାଟିରେ ବିପରୀତ ଦିଗରୁ ଆସୁଥିବା ଏକ କୁକୁଡ଼ା ବୋଝେଇ ଟ୍ରକ ସହ କାର୍ ମୁହାଁମୁହିଁ ଧକ୍କା ହୋଇଥିଲା। ଧକ୍କା ଏତେ ଭୟଙ୍କର ଥିଲା ଯେ କାରରେ ବସିଥିବା ୫ ଜଣ ଯାତ୍ରୀ ଆହତ ହୋଇଥିଲେ।
ଦୁର୍ଘଟଣାରେ କାର୍ ଡ୍ରାଇଭର ଏବଂ ଜଣେ ବୃଦ୍ଧା ଗୁରୁତର ଆହତ ହୋଇଥିବା ବେଳେ, ଅନ୍ୟ ଆହତମାନେ ସାଧାରଣ ଆଘାତ ପାଇଥିବାର ସୂଚନା ମିଳିଛି। ଖବର ପାଇ ରାଣୀତୋଟା ପୁଲିସ ତୁରନ୍ତ ଘଟଣାସ୍ଥଳକୁ ପହଞ୍ଚି ଗୁରୁତର ଆହତମାନଙ୍କୁ ବୈପାରିଗୁଡ଼ା ଡ଼ାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଇଥିଲେ।


