July 27, 2024

ଓଡିଶା ରାଜ୍ୟ ସଂଗ୍ରହାଳୟ ନବେ ବର୍ଷ ପୂର୍ତ୍ତି ଉପଲକ୍ଷେ ପୁଷ୍ପ ଓ ଆଲୋକରେ ସଜ୍ଜିତ

1 min read

ଭୁବନେଶ୍ୱର,(ନି.ପ୍ର) : କୃତରେ ଫୁଲ ବା ପୁଷ୍ପକୁ ଆମେ ପ୍ରକୃତିର ଦାନ ବୋଲି କହୁ l ତେଣୁ,ଫୁଲ ହେଉଛି ଆମର ଆନନ୍ଦ, ଉତ୍ସାହ,ପ୍ରେମ,ସୁନ୍ଦର ଓ ଆକର୍ଷଣର ପ୍ରତୀକ l ଏବେ, ସେହି ଫୁଲର ସମାହାରରେ ଆମ ଓଡିଶା ରାଜ୍ୟ ସଂଗ୍ରହାଳୟ ତାର ନବେ ବର୍ଷ ପୂର୍ତ୍ତି ଉପଲକ୍ଷେ ସଂଗ୍ରହାଳୟର ପ୍ରାଙ୍ଗଣରେ ବିଭିନ୍ନ ପ୍ରକାରର ଫୁଲ ଆଉ ଆଲୋକରେ ସଜାସଜିହୋଇ ଦର୍ଶକଙ୍କ ଆକର୍ଷଣର କେଦ୍ରବିନ୍ଦୁ ପାଲଟିଛି l ସତେ କି ଯେମିତି, ନବେ ବର୍ଷର ବୃଦ୍ଧା ଫୁଲ ଆଉ ଆଲୋକ ତୋରଣର ଓଢଣୀ ତା’ର ମଥାରେ ଢାଙ୍କି ଗୋଟିଏ ନବ ବିବାହିତା ବଧୁ ପରି ନିଜକୁ ସଜେଇ ହୋଇ ଦର୍ଶକଙ୍କୁ ଆକର୍ଷିତ କରୁଛି l ତା ସାଙ୍ଗକୁ ସଂଗୀତର ୱାଟର ସ୍ପ୍ରେ l ଆଉ ପୁଷ୍ପ ଦ୍ୱାରା ସଜା ଯାଇଥିବା ତୋରଣ ଗୁଡିକ ଦର୍ଶକଙ୍କ ମନ ମୋହିବା ସହିତ ଫୁଲରେ ସଜା ଯାଇଥିବା ଏକ ସେଲ୍ଫି ପଏଣ୍ଟ ଦର୍ଶକଙ୍କର ଆଗମନକୁ ଆନ୍ଦୋଳିତ କରୁଛି । ଚମତ୍କାର ଦୃଶ୍ୟପଟ ଗୁଡିକ ଦେଖିବାକୁ ମିଳୁଛି l ଯିଏ ହେଉନା କାହିଁକି ସଂଗ୍ରହଳୟର ଏହି ଦୁଶ୍ୟପଟକୁ ଦେଖି କେହି ବି ଭୁଲି ପାରିବ ନାହିଁ l ସୁନ୍ଦର,ସଜାସଜି ଦର୍ଶକଙ୍କ ମନ, ହୃଦୟକୁ ଆଛାଦିତ, ବିମୋହିତ, ଆନନ୍ଦିତ ଓ ଉତ୍ସlହିତ କରୁଛି l ମଲକୁ ଓ ମୋବାଇଲକୁ ଛାଡି ମ୍ୟୁଜିୟମକୁ ଆସିବାକୁ ଅନୁରୋଧ କରାଯାଇଛି l ଏହାର ଭର ପୁର ମଜା ଉଠାନ୍ତୁ l ଆଉ ସମ୍ପୂର୍ଣ ପୁଷ୍ପ ଆଉ ଗାଲିଚାର ପରିବେଷରେ ନୁଆ ବର୍ଷର ନୂଆ ସୂର୍ଯ୍ୟର ଆଲୋକ ସହିତ ନିଜକୁ ହଜାଇ ଦିଅନ୍ତୁ ଏହି ସଂଗ୍ରହାଳୟର ମାଟି,ପାଣି, ପବନ ଓ ପରିବେଶ ସହିତ ଜଡିତ ହୁଅନ୍ତୁ l ନୂଆ ବର୍ଷକୁ ହସ ଖୁସିରେ ଉପଭୋଗ କରନ୍ତୁ l

Leave a Reply

Your email address will not be published. Required fields are marked *