April 20, 2026

ବିକାଶ ଓଡିଶା ସମ୍ମାନ ୨୦୨୬ ସହ ନ୍ୟୁଜ ଅଫ ତାରିଣୀ ଓଡିଆ ଖବରକାଗଜ ଉନ୍ମୋଚିତ

1 min read

ଭୁବନେଶ୍ୱର,୧୯/୪(ନିପ୍ର) : ରାଜ୍ୟରେ ଏକ ପ୍ରମୁଖ ସାମାଜିକ ଓ ପ୍ରେରଣାଦାୟକ ଅଭିଯାନ ଭାବେ ପରିଚିତ ହେଉଛି। ‘ହେଲ୍ପିଙ୍ଗ ହ୍ୟାଣ୍ଡସ୍‌’ ଓ ‘ନ୍ୟୁଜ୍ ୧୬’ ପକ୍ଷରୁ ଆୟୋଜିତ ଏହି ଭବ୍ୟ କାର୍ଯ୍ୟକ୍ରମ ଭୁବନେଶ୍ୱରରେ ଆଜି ଗମ୍ଭୀର ଓ ଆକର୍ଷଣୀୟ ପରିବେଶରେ ଅନୁଷ୍ଠିତ ହୋଇଥିଲା।

କାର୍ଯ୍ୟକ୍ରମର ଶୁଭାରମ୍ଭ ମା’ ତାରିଣୀଙ୍କ ଆଶୀର୍ବାଦ ସହ ଦୀପ ପ୍ରଜ୍ୱଳନ ମାଧ୍ୟମରେ କରାଯାଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଓଡିଶା ସରକାରଙ୍କ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଉପସ୍ଥିତ ଥିଲେ। ସେଥିପାଇଁ ମଞ୍ଚରେ ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ଏମ୍ସ ଭୋପାଳର ନିର୍ଦ୍ଦେଶକ ଓ ପ୍ରସିଦ୍ଧ ଅଙ୍କୋଲୋଜିଷ୍ଟ ଡା. ମାଧବାନନ୍ଦ କର, ‘ଉଦୟ ଇଣ୍ଡିଆ ନ୍ୟୁଜ୍‌’ର ସମ୍ପାଦକ ଦୀପକ କୁମାର ରଥ, ‘ନ୍ୟୁଜ୍ ୧୬’ର ପ୍ରତିଷ୍ଠାତା ଓ ସମ୍ପାଦକ ଗତି କୃଷ୍ଣ ଦାସ ଏବଂ ‘ନ୍ୟୁଜ୍ ଅଫ୍ ତାରିଣୀ’ର ସମ୍ପାଦିକା ସୁଚିସ୍ମିତା ମହାନ୍ତ ଉପସ୍ଥିତ ଥିଲେ।

ଏହି ଅବସରରେ ଓଡ଼ିଆ ସମ୍ବାଦପତ୍ର ‘ନ୍ୟୁଜ୍ ଅଫ୍ ତାରିଣୀ’ର ଶୁଭ ଲୋକାର୍ପଣ ମନ୍ତ୍ରୀ ଶ୍ରୀ ମଲ୍ଲିକଙ୍କ କରକମଳରେ ହୋଇଥିଲା। ଏହି ପତ୍ରିକା ଓଡ଼ିଆ ଭାଷା, ସଂସ୍କୃତି ଓ ଜନସେବା ମୂଳକ ସମ୍ବାଦକୁ ଗୁରୁତ୍ୱ ଦେବ। ଏହାର ସ୍ଲୋଗାନ୍ “ଆଜିର ଖବର, ଆଗାମୀର ଦୃଷ୍ଟି” ରହିଛି। କାର୍ଯ୍ୟକ୍ରମର ଅଂଶ ଭାବେ “ସ୍ୱାସ୍ଥ୍ୟ କ୍ଷେତ୍ରରେ ବିକଶିତ ଓଡିଶା ୨୦୩୬” ବିଷୟରେ ଏକ ହେଲଥ କନକ୍ଲେଭ୍ ଆୟୋଜିତ ହୋଇଥିଲା। ଏହାର ଅଧ୍ୟକ୍ଷତା ଡା. ମାଧବାନନ୍ଦ କର କରିଥିଲେ ଓ ରାଜ୍ୟର ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ଆଗକୁ ନେବା ନେଇ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଥିଲା।