June 27, 2025

ଭୂକମ୍ପରେ ଥରିଲା ନେପାଳ

1 min read

କାଠମାଣ୍ଡୁ: ଭୂକମ୍ପରେ ଥରିଲା ନେପାଳ, ତିବ୍ଦତ ସମେତ ଉତ୍ତର ଭାରତ। ତିବ୍ଦତର ଶିଗାଟସେ ସହରରେ ଘଟିଥିବା ଭୟଙ୍କର ଭୂକମ୍ପରେ ବଡ଼ ବଡ଼ କୋଠା ଭୁଶୁଡି ପଡିଛି। ଫଳରେ ଏ ପର୍ଯ୍ୟନ୍ତ ୫୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୫ ଆହତ ହୋଇଛନ୍ତି। ଭଗ୍ନାବଶେଷ ତଳେ ଅନେକ ଚାପି ହୋଇ ରହିଥିବା ସୂଚନା ରହିଛି। ତିବ୍ଦତରେ ସକାଳେ ଘଟିଥିବା ତିନୋଟି ଶକ୍ତିଶାଳୀ ଭୂକମ୍ପ ଚାଇନା ଏବଂ ନେପାଳ, ଭାରତ, ବାଂଲାଦେଶ ସମେତ ଅନ୍ୟାନ୍ୟ ଦେଶକୁ ଥରାଇ ଦେଇଛି।

ନ୍ୟାଶନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ ମଙ୍ଗଳବାର ସକାଳ ୬.୩୫ରେ ଭୂକମ୍ପର ପ୍ରଥମ କମ୍ପନ ଅନୁଭୂତ ହୋଇଥିଲା। ଏହାର ତୀବ୍ରତା ରିକ୍ଟ୍ଟର ସ୍କେଲରେ ୭.୧ ରେ ମାପ କରାଯାଇଥିଲା । ଏଥି ସହିତ, ଏହି ଭୂକମ୍ପର କେନ୍ଦ୍ରସ୍ଥଳ ତିବ୍ଦତର ଶିଜଙ୍ଗରେ ଭୂମିଠାରୁ ୧୦ କିଲୋମିଟର ତଳେ ଥିଲା।