January 17, 2025

ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ

1 min read

ରାୟପୁର: ଛତିିଶଗଡ଼ ବିଜାପୁର ଜିଲାରେ ସୋମବାର ଯବାନମାନଙ୍କୁ ନେଇ ଯାଉଥିବା ଏକ ଗାଡ଼ିକୁ ମାଓବାଦୀମାନେ ଆଇଇଡି ବିସ୍ଫୋରଣରେ ଉଡ଼ାଇ ଦେଇଥିଲେ। ବିସ୍ଫୋରଣରେ ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡ (ଡିଆର୍‌ଜି)ର ୮ ଯବାନ ଏବଂ ଗାଡ଼ି ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି। ଏନେଇ ସେନା ଶିବିରରେ ଶୋକର ଛାୟା ଖେଳିଯାଇଛି। ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ଶହୀଦ ଯବାନଙ୍କୁ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଏହି ଅବସରରେ ସେନାର ବରଷ୍ଠ ଅଧିକାରୀଙ୍କ ସହ ମନ୍ତ୍ରୀ ବିଧାୟକ ଉପସ୍ଥିତି ରହିଥିବା ଜଣାପଡିଛି।

ଅନ୍ୟପକ୍ଷେ ୮ ଯବାନଙ୍କ ବଳିଦାନ ବ୍ୟର୍ଥ ଯିବ ନାହିଁ ବୋଲି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା କହିଛନ୍ତି। ୨୦୨୬ ମାର୍ଚ୍ଚ ସୁଦ୍ଧା ଦେଶକୁ ମାଓବାଦୀ ମୁକ୍ତ କରିବା ପ୍ରତିଜ୍ଞାକୁ ସେ ଦୋହରାଇଛନ୍ତି। ଘଟଣାରେ ଶାହା ଗଭୀର ମର୍ମାହତ ବୋଲି କହିବା ସହ ସେମାନଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି। ନିଜର ଦୁଃଖ ଜଣାଇବା ପାଇଁ ଭାଷା ନାହିଁ ବୋଲି ଶାହା କହିବା ସହ ଯବାନଙ୍କ ବଳିଦାନ ବ୍ୟର୍ଥ ଯିବ ନାହିଁ ବୋଲି ଯବାନଙ୍କ ପରିବାରକୁ ପ୍ରତିଶ୍ରୁତି ଦେଇଛନ୍ତି।