August 16, 2026

ନୋଏଡାର ସେକ୍ଟର ୪ରେ ଭୟଙ୍କର ଅଗ୍ନିକାଣ୍ଡ

1 min read

ନୂଆଦିଲ୍ଲୀ: ନୋଏଡାର ସେକ୍ଟର ୪ରେ ଥିବା କ୍ୟାପିଟାଲ କମ୍ପାନି ମାଲିକାନାରେ ଥିବା ଏକ କାରଖାନାରେ ଗୁରୁବାର ସକାଳ ପ୍ରାୟ ୫ଟା ସମୟରେ ହଠାତ୍ ଅଗ୍ନିକାଣ୍ଡ ଘଟି ବ୍ୟାପକ ଆତଙ୍କ ସୃଷ୍ଟି ହୋଇଛି। ଅଗ୍ନିକାଣ୍ଡ ଘଟିବା ମାତ୍ରେ ଭିତରେ ଥିବା ଲୋକମାନେ ବାହାରକୁ ଦୌଡ଼ି ଆସିଥିଲେ। ଦେଖଣାହାରୀମାନେ ଅନେକଙ୍କୁ ଉଦ୍ଧାର କରିବାରେ ସାହାଯ୍ୟ କରିଥିଲେ। ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ ପରିସ୍ଥିତି ଭୟଙ୍କର ହୋଇଯାଇଥିଲା ଏବଂ ଦଳାଚକଟା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ସୂଚନା ପାଇବା ପରେ ଅଗ୍ନିଶମ ବାହିନୀ ଗାଡ଼ିଗୁଡ଼ିକ ଘଟଣାସ୍ଥଳରେ ପହଞ୍ଚିଥିଲା। କାରଖାନାଟି ବିଦ୍ୟୁତ୍ ମିଟର ତିଆରି କରୁଛି।