June 21, 2026

ରବିବାର ସାରା ଦେଶରେ ନିଟ୍‌-ୟୁଜି ପୁନଃପରୀକ୍ଷା

1 min read

ଭୁବନେଶ୍ବର: ଏମ୍‌ବିବିଏସ୍‌ ପାଠ୍ୟକ୍ରମରେ ନାମଲେଖା ପାଇଁ ରବିବାର ସାରା ଦେଶରେ ନିଟ୍‌-ୟୁଜି ପୁନଃପରୀକ୍ଷା ଅନୁଷ୍ଠିତ ହେବ। ତା’ପୂର୍ବରୁ ଓଡ଼ିଶାରେ ବ୍ୟାପକ ପ୍ରସ୍ତୁତ ହୋଇଛି। ରାଜ୍ୟର ୩୦ଟି ଜିଲ୍ଲାରେ ୧୩୨ଟି ପରୀକ୍ଷା କେନ୍ଦ୍ରରେ ୫୬ ହଜାର ୯୮୩ଜଣ ଛାତ୍ରଛାତ୍ରୀ ଏହି ପ୍ରବେଶିକା ପରୀକ୍ଷାରେ ଅଂଶଗ୍ରହଣ କରିବାକୁ ପଞ୍ଜୀକରଣ କରିଛନ୍ତି। ଅପରାହ୍ଣ ୨ଟାରୁ ୫ଟା ୧୫ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା‌ ପରୀକ୍ଷା ପାଇଁ ଓଡ଼ିଶାର ୨୭ଟି ସହରରେ ୧୩୨ଟି ପରୀକ୍ଷା କେନ୍ଦ୍ର ହୋଇଛି।ମୋଟ ୫୬,୯୮୩ ଜଣ ପରୀକ୍ଷାର୍ଥୀ ଏହି ପରୀକ୍ଷାରେ ଅଂଶଗ୍ରହଣ କରିବେ। ତେଣୁ ପ୍ରତ୍ୟେକ କେନ୍ଦ୍ରରେ ଆବଶ୍ୟକ ପୁଲିସ ଓ ସହାୟକ କର୍ମଚାରୀ ନିୟୋଜିତ ହୋଇଛନ୍ତି। ଭୁବନେଶ୍ବରରେ ସର୍ବାଧିକ ୨୬ଟି ପରୀକ୍ଷା କେନ୍ଦ୍ରରେ ୧୨ ହଜାର ୭୨୦ ପରୀକ୍ଷାର୍ଥୀ ରହିଛନ୍ତି