ବିଶ୍ୱସ୍ତରୀୟ ପର୍ଯ୍ୟଟନ ଅଞ୍ଚଳ ପାଲଟିବ ନୟାଗଡ଼ ଜିଲ୍ଲା କଣ୍ଟିଲୋ
1 min read
ନୟାଗଡ଼: ନୟାଗଡ଼ ଜିଲ୍ଲା କଣ୍ଟିଲୋଠାରେ ‘‘ଭାରତ ବିଶ୍ୱାବସୁ ଶବର ସମାଜ’’ ପ୍ରତିଷ୍ଠା ଦିବସରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମସ୍ତଙ୍କୁ ସମ୍ବୋଧିତ କରିଛନ୍ତି।
ଓଡ଼ିଶାର କଂସା ବାସନ ଓ ହସ୍ତଶିଳ୍ପ ପାଇଁ ପ୍ରସିଦ୍ଧ ଏଇ କଣ୍ଟିଲୋ ମାଟିରେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଜୀଙ୍କ ଆଗମନ, ଏହି ସମାରୋହକୁ ଆହୁରି ଭବ୍ୟ ଏବଂ ସୁରମ୍ୟ କରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ସ୍ଥାନୀୟ ଅଞ୍ଚଳର ବିକାଶକୁ ଗୁରୁତ୍ୱ ଦେଇଛନ୍ତି। ଏହି ଅଞ୍ଚଳ କିପରି ଦେଶର ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ପାଇବ ସେଥିନେଇ ଉଦ୍ୟମ ଜାରି ରହିବ।