September 17, 2026

ପୂର୍ବ ଶତ୍ରୁତାରୁ ନାବାଳିକାଙ୍କୁ ହତ୍ୟା

1 min read

ଗଞ୍ଜାମ : ପୂର୍ବ ଶତ୍ରୁତାରୁ ଜଣେ ନାବାଳିକାଙ୍କୁ ହତ୍ୟା କରିଛି ଜଣେ ଯୁବକ। ଗଞ୍ଜାମ ଜିଲା ଗୋପାଳପୁର ଥାନା ଅନ୍ତର୍ଗତ କରାପଲ୍ଲୀ ଗ୍ରାମରେ ଘଟିଛି ଏଭଳି ଜଘନ୍ୟ ହତ୍ୟାକାଣ୍ଡ। ଘରେ କେହି ନ ଥିବାବେଳେ ଅଭିଯୁକ୍ତ ଜଣକ ନାବାଳିକାଙ୍କ ଘରେ ପଶି ତାଙ୍କୁ ବୀଭତ୍ସ ଭାବେ ହତ୍ୟା କରିଛି। ପୂର୍ବ ଶତ୍ରୁତାକୁ ନେଇ ଏହି ହତ୍ୟାକାଣ୍ଡ ହୋଇଥିବା ନାବାଳିକାଙ୍କ ପରିବାର ପକ୍ଷରୁ କୁହାଯାଇଛି। ଏପରି କି ସେମାନେ ପୂର୍ବରୁ ଯୁବକଙ୍କ ନାଁରେ ଥାନାରେ ଅଭିଯୋଗ କରିଥିଲେ ବି କୌଣସି ପଦକ୍ଷେପ ନିଆଯାଇ ନ ଥିବା ଜଣାପଡ଼ିଛି।