January 24, 2026

ମୋହନଲାଲଙ୍କୁ ଦାଦା ସାହେବ ଫାଲକେ ପୁରସ୍କାର

1 min read

ନୂଆଦିଲ୍ଲୀ : ମାଲୟାଲମ ସୁପରଷ୍ଟାର ମୋହନଲାଲଙ୍କୁ ପ୍ରଦାନ କରାଗଲା ସମ୍ମାନଜନକ ଦାଦା ସାହେବ ଫାଲକେ ପୁରସ୍କାର। ସିନେମା କ୍ଷେତ୍ରକୁ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି।

ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ ଅନୁଷ୍ଠିତ ୭୧ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୋହନଲାଲଙ୍କୁ ଏହି ପୁରସ୍କାର ଦେଇଛନ୍ତି।

ସେହିପରି ହିନ୍ଦୀ ସିନେମା ‘ଯଓ୍ଵାନ’ ପାଇଁ ବଲିଉଡ ସୁପରଷ୍ଟାର ଶାହାରୁଖ ଖାନ ଏବଂ ‘12th ଫେଲ୍’ ପାଇଁ ବିକ୍ରାନ୍ତ ମେସିଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାର ପ୍ରଦାନ କରାଯାଇଛି।

ହିନ୍ଦୀ ସିନେମା ‘ମିସେସ ଚାଟାର୍ଜୀ ଭର୍ସେସ ନରଓ୍ଵେ‘ ପାଇଁ ରାଣୀ ମୁଖାର୍ଜୀଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପ୍ରଦାନ କରାଯାଇଛି।

ସେହିପରି ଫିଚର ଫିଲ୍ମ କାଟାଗୋରିରେ ‘ପୁଷ୍କରା’କୁ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ପୁରସ୍କାର ମିଳିଛି।