Categories

February 8, 2026

ତଳମୁହାଁ ଟଙ୍କା, ସାମଗ୍ରୀ ମହଙ୍ଗା

1 min read

ଆମେରିକା : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ପକ୍ଷରୁ ଏଚ୍‌-୧ବି ଭିଜା ଶୁଳ୍କରେ ୧ ଲକ୍ଷ ଡଲାର ବୃଦ୍ଧି ମଧ୍ୟରେ ମଙ୍ଗଳବାର ଆମେରିକାୟ ଡଲାର ତୁଳନାରେ ଭାରତୀୟ ମୁଦ୍ରା ସର୍ବକାଳୀନ ସ୍ତରକୁ ହ୍ରାସ ପାଇଛି। ଟଙ୍କା ୪୭ ପଇସା ହ୍ରାସ ପାଇଁ ୧ ଡଲାର ତୁଳନାରେ ୮୮ ଟଙ୍କା ୭୫ ପଇସାରେ ପହଞ୍ଚତ୍ଛି। ବିଶେଷଜ୍ଞଙ୍କ ଅନୁଯାୟୀ, ଏଚ୍‌ -୧ ବି ଭିଜା ଶୁଳ୍କରେ ବୃଦ୍ଧି ଯୋଗୁ ଭାରତୀୟ ଆଇଟି କ୍ଷେତ୍ରରୁ ପଠାଯାଉଥିବା ଟଙ୍କା ଓ ସମ୍ଭାବ୍ୟ ଇକ୍ୟୁଟି ବିକ୍ରୟକୁ ନେଇ ଚିନ୍ତା ବଢ଼ିଛି। ଚଳିତବର୍ଷ ବିଦେଶୀ ନିବେଶ ଦୁର୍ବଳ ଥିବା ବେଳେ ଏଚ୍‌-୧ବି ଭିଜା ଶୁଳ୍କରେ ବୃଦ୍ଧି ଭାରତୀୟ ମୁଦ୍ରାକୁ ଦ୍ୱିଗୁଣିତ ଭାବେ ଆଘାତ ଦେଇଥିବା ବିଶେଷଜ୍ଞମାନେ କହିଛନ୍ତି। ସେହିପରି ଟ୍ରମ୍ପ୍‌ଙ୍କ ବିଭିନ୍ନ ନୂତନ ନୀତି ଟଙ୍କା ଉପରେ ଭାରି ପଡ଼ୁଥିବା ନେଇ ମୁଦ୍ରା ବିଶେଷଜ୍ଞମାନେ କହିଛନ୍ତି। ଭାରତୀୟ ସାମଗ୍ରୀ ଉପରେ ଆମେରିକାର ୫୦% ଟାରିଫ୍‌ ଭାରତୀୟ ମୁଦ୍ରା ବଜାର ଏବଂ ପୁଞ୍ଜି ବଜାର ପାଇଁ ଅନିଶ୍ଚିତତା ବଢ଼ାଇଛି। ଏପରି ପଦକ୍ଷେପ ଭାରତୀୟ ରପ୍ତାନୀ ସାମଗ୍ରୀର ମୂଲ୍ୟକୁ ହ୍ରାସ କରିବା ସହ ଡଲାର ତୁଳନାରେ ଟଙ୍କାର ମୂଲ୍ୟକୁ କମାଉଛି। ଚଳିତ ବର୍ଷର ପ୍ରାରମ୍ଭରୁ ବର୍ତ୍ତମାନ ସୁଦ୍ଧା ଟଙ୍କା ୩.୫%ରୁ ଅଧିକ ଦୁର୍ବଳ ହୋଇଛି। ଗତ ଜାନୁଆରୀ ୧ରେ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ୮୫.୨୨ ରହିଥିବାବେଳେ ଏବେ ଏହା ସର୍ବକାଳୀନ ୮୮.୭୫ ସ୍ତରରେ ପହଞ୍ଚିଛି।