October 15, 2026

ରାଜ୍ୟସଭା ମତଦାନ ବେଳେ ବିଧାନସଭାରେ ହଙ୍ଗାମା

1 min read

ଭୁବନେଶ୍ଵର: ରାଜ୍ୟସଭା ମତଦାନ ବେଳେ ବିଧାନସଭାରେ ହଙ୍ଗାମା। ଶାସକ-ବିରୋଧି ମୁହାଁମୁହିଁ ହୋଇଥିବା ଦେଖିବାକୁ ମିଳିଛି। ତେବେ ବିଧାୟକ ନବ ମଲ୍ଲିକଙ୍କୁ ନେଇ ଶାସକ ଏବଂ ବିରୋଧିଙ୍କ ମଧ୍ୟରେ ଟଣାଓଟରା ପରିସ୍ଥିତି ସୃଷ୍ଟି ହୋଇଛି। କୁହାଯାଉଛି ନବ ମଲ୍ଳିକ କ୍ରସ୍‌ ଭୋଟିଂ କରିଥିବା ସୂଚନା ମିଳିଛି।

କଡ଼ା ସୁରକ୍ଷା ବଳକୁ ଭେଦ କରି ଜଣେ ଅଣ ବିଧାୟକ ପଶି ନବ ମଲ୍ଲିକଙ୍କୁ ଅପହରଣ କରିବାକୁ ଚେଷ୍ଟା କରୁଥିଲେ। ତାଙ୍କ କହିବା ମୁତାବକ ତୁମେ ପଇସା ନେଇଛ ଭୋଟ ଦେବ। ସେପଟେ ରାଜ୍ୟସଭା ନିର୍ବାଚନ ପାଇଁ ଭୋଟିଂ ଶେଷ ହୋଇଛି। ଦଳୀୟ ହ୍ୱିପକୁ ଅବମାନନା କରି କଂଗ୍ରେସର ଦାଶରଥି ଗମାଙ୍ଗ, ସୋଫିଆ ଫିର୍ଦ୍ଦୋସ ଓ ରମେଶ ଜେନା କ୍ରସ୍ ଭୋଟିଂ କରିଛନ୍ତି ସ୍ପଷ୍ଟ କରିଛନ୍ତି ଭକ୍ତ ଦାସ । ସେହିପରି ସୁବାସିନୀ, ସନା ମହାକୁଡ଼, ଅରବିନ୍ଦ ମହାପାତ୍ର ମଧ୍ୟ କ୍ରସ ଭୋଟିଂ କରିଥିବା ସୂଚନା ମିଳିଛି । ଅନ୍ୟପଟେ ବିଜେଡିରୁ ସୌଭିକ ବିଶ୍ୱାଳ ଓ ଚକ୍ରଧର କହଁର କ୍ରସ୍ ଭୋଟିଂ କରିଥିବା ଚର୍ଚ୍ଚା ହେଉ