July 27, 2024

ମହାପ୍ରଭୁଙ୍କ ପାଇଁ ରଥ ଗଢ଼ିବାରେ ନିମଗ୍ନ ମହାରଣା ସେବକ

1 min read

ପୁରୀ: ରଥଖଳାରେ ରଥ ନିର୍ମାଣ କାମ ଜାରି ରହିଛି। ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ରଥଖଳା। ତିନି ରଥ ମହାରଣା ସେବକମାନେ ଆଜି ତିନି ରଥର ଗୁଜ, ଜଳଜନ୍ତ୍ର, ତିଖ ଗୁଜ ଚଉପଟ ଶେଷ କରିଛନ୍ତି। ପ୍ରଥମ ଦଫାରେ ଏଗାରଟି ଲେଖାଏଁ ଚଉପଟ ଗୁଜାରେ ତିନି ରଥର ରୂପକାର ସେବକମାନେ ଗୁଜରେ ନୃସିଂହ ରୂପ ଖୋଦେଇ ଆରମ୍ଭ କରିଛନ୍ତି।

ଏଥିସହ ମହାରଣା ସେବକମାନେ ତିନି ରଥର ୯ଟି ଲେଖାଏଁ ଜଳଯନ୍ତ୍ର ନିର୍ମାଣ ଶେଷ କରି ଚକରେ ପଇ ପିନ୍ଧା କାର୍ଯ୍ୟ ପାଇଁ ତିନି ରଥର ଦୁଇଟି ଲେଖାଏଁ ଯନ୍ତା ପଟା ପ୍ରସ୍ତୁତ ପରେ ମାପ ପ୍ରକାରେ ସେଥିରେ ବିନ୍ଧ କାର୍ଯ୍ୟ ଜାରି ରଖିଛନ୍ତି। ତେଣେ କମାର ଶାକ ଦୋଳବେଦୀର ଅସ୍ଥାୟୀ କମାର ଶାଳରେ ଓଝା ସେବକମାନେ ଆଜି ସୁଦ୍ଧା ଛ[ଟି ଚକ ପାଇଁ ପନ୍ଦାରି ବଳା ନିର୍ମାଣ ସହ, ଆଠ ଆଠଟି ଚକ ପାଇଁ ଅର କଣ୍ଟା ନିର୍ମାଣ ଶେଷ କରି ବାକି ଚକଗୁଡ଼ିକ ପାଇଁ ଅର କଣ୍ଟା ଏବଂ ପନ୍ଦାରି ବଳା ନିର୍ମାଣ ଜାରି ରଖିଛନ୍ତି।

Leave a Reply

Your email address will not be published. Required fields are marked *