April 13, 2026

ବନ୍ଧୁକ ରଖିବା ଅଭିଯୋଗରେ ଆଉ ୨ ଗିରଫ

1 min read

ଭଞ୍ଜନଗର: ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସକୁ ବୁଧବାର ବେନିୟମ ବନ୍ଧୁକ ରଖିବା ଅଭିଯୋଗରେ ଆଉ ଏକ ସଫଳତା ମିଳିଛି। ମଙ୍ଗଳବାର ବେନିୟମ ଭାବେ ବନ୍ଧୁକ ରଖିବା ଅଭିଯୋଗରେ ୩ ଜଣ ଗିରଫ ହୋଇଥିବା ବେଳେ ବୁଧବାର ଏଥିରେ ଆଉ ଦୁଇଜଣ ଯୋଡ଼ି ହୋଇଛନ୍ତି। ବୁଧବାର ଭଞ୍ଜନଗର ପୋଲିସ ନୟାଗଡ଼ ଜିଲା ଶରଣକୁଳର ସାଲୁ ନାଇକ
ଏବଂ ଭଞ୍ଜନଗର ଲନ୍ଦେଇସାର ସୁର୍ଯ୍ୟ ପ୍ରଧାନଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ଗୋଟିଏ ବନ୍ଧୁକ ଏବଂ ଦୁଇଟି ଜୀବନ୍ତ ଗୁଳି ଜବତ କରାଯାଇଛି । ଏଥିସହ ଗୋଟିଏ ସ୍କୁଟି ଗାଡି ମଧ୍ୟ ଜବତ କରାଯାଇଛି। ବେନିୟମ ଭାବେ ବନ୍ଧୁକ ଆହୁରି କିଛି ଲୋକ ରଖିଛନ୍ତି। ପୋଲିସ ସେମାନଙ୍କ ଉପରେ ନଜର ରଖିଛି। ଅନ୍ୟ ଅଭିଯୁକ୍ତ ମାନଙ୍କୁ ମଧ୍ୟ ପୋଲିସ ଗିରଫ ପାଇଁ ଜାଲ ବିଛାଇଛି।