August 23, 2026

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

1 min read

ଛତ୍ରପୁର, ୨୨ା୮ : ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ ବିଭାଗ ମତ୍ସ୍ୟଜୀବୀଙ୍କ ପାଇଁ କଟକଣା ଜାରି କରିଛି। ଆସନ୍ତା ୨୨ ତାରିଖରୁ ୨୪ ତାରିଖ ପର୍ଯ୍ୟନ୍ତ କୌଣସି ମତ୍ସ୍ୟଜୀବୀ ସମୁଦ୍ର ଭିତରକୁ ମାଛ ଧରି ନ ଯିବାକୁ ଅବଗତ କରାଯାଇଛି।

ଅନ୍ୟପକ୍ଷେ ବଙ୍ଗୋପସାଗରରେ ଲଘୁଚାପ ପ୍ରଭାବରେ ଛତ୍ରପୁର ଏବଂ ତାହାର ଆଖାପାଖ ଅଞ୍ଚଳରେ ଶନିବାର ପୂର୍ବାହ୍ନରୁ ପ୍ରବଳ ବର୍ଷା ଜାରି ରହିଛି। ଏପରି ପ୍ରତିକୂଳ ପରିସ୍ଥିତିରେ ମାଛଧରି ଜୀବିକା ନିର୍ବାହ କରୁଥିବା ମତ୍ସ୍ୟଜୀବୀ କେବେ ସବୁଦ୍ରକୁ ମାଛ ଧରି ଯିବେ ପ୍ରଶାସନର ନିର୍ଦ୍ଦେଶକୁ ଅପେକ୍ଷା କରି ରହିଛନ୍ତି।

ସେମାନଙ୍କ ମଧ୍ୟରେ ଏମ୍‌. ରୁଗେୟା ଅନ୍ୟତମ। ସୂଚନା ଯୋଗ୍ୟ, ପ୍ରଶାସନର କଟକଣା ଯୋଗୁ ଗଞ୍ଜାମ ଜିଲା ଛତ୍ରପୁର ପୌର ପରିଷଦ ଉପକଣ୍ଠ ବଡ଼ ଆର୍ଯ୍ୟପଲ୍ଲୀ ଗାଁର ଏମ. ଗୁରେୟା ମଧ୍ୟ ପ୍ରଭାବିତ ହୋଇଛନ୍ତି। ସ୍ତ୍ରୀ ଓ ପିଲାମାନଙ୍କୁ ମିଶାଇ ୫ଜଣଙ୍କ ଭରଣପୋଷଣ ଗୁରେୟାଙ୍କ ଉପରେ ନିର୍ଭର କରେ। ସେ ମାଛଧରି ଆଣି ବଜାରରେ ବିକ୍ରି କରି ପରିବାର ଚଳାନ୍ତି।