July 27, 2024

ଭାରସାମ୍ୟ ହରାଇ ପୋଲ ତଳକୁ ଖସିପଡିଲା ମାଲ ବୋଝେଇ ଟ୍ରକ

1 min read

ସିମୁଳିଆ: ଭାରସାମ୍ୟ ହରାଇ ପୋଲ ତଳକୁ ଖସିପଡିଲା ମାଲ ବୋଝେଇ ଟ୍ରକ। ଆଜି ଭୋର ସମୟରେ ଏହି ଦୁର୍ଘଟଣା ଘଟିଛି। ପଡୋଶୀ ଆନ୍ଧ୍ରରୁ ବିହାର ରାଜ୍ୟ ପାଟନା ଯାଉଥିବା ଏକ ମାଲ ବୋଝେଇ ଟ୍ରକ ଆଜି ଭୋର ସମୟରେ ମାର୍କୋଣା ବସ ଷ୍ଟାଣ୍ଡ ନିକଟରେ ଏକ ପୋଲ ତଳକୁ ଖସି ପଡିଥିଲା। ଟ୍ରକ ତଳେ ଚାପି ହୋଇ ଗାଡି ଚାଳକର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ଜଣାପଡିଛି। ସୂଚନା ଅନୁସାରେ ବାଲେଶ୍ବର ଜିଲ୍ଲା ସିମୁଳିଆ ଥାନାଠାରୁ ୧୦୦ମିଟର ଦୂରରେ ଥିବା ୧୬ନଂ ଜାତୀୟ ରାଜପଥର ମାର୍କୋଣା ବସ ଷ୍ଟାଣ୍ଡ ନିକଟରେ ଆନ୍ଧ୍ରପ୍ରଦେଶରୁ ବିହାର ପାଟନାକୁ ଅମୃତଭଣ୍ଡା ବୋଝେଇ ଟ୍ରକ ଯାଉଥିଲା।
ଗାଡ଼ି ଚାଳକର ଆଖି ଲାଗିଯିବାରୁ ଗାଡିଟି ଭାରସାମ୍ୟ ହରାଇ ପୋଲ ତଳକୁ ଓଲଟି ପଡିଥିଲା। ସେଥିରେ ଥିବା ହେଲପର ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ଗାଡି ତଳେ ଚାପି ହୋଇ ଗାଡି ଚାଳକର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ଜଣାଯାଇଛି। ଖବର ପାଇ ସିମୁଳିଆ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ୟ୍ୟ ଚାଲୁ ରଖିଛି । ମୃତ ଗାଡ଼ି ଚାଳକ ଆନ୍ଧ୍ରପ୍ରଦେଶ ଗୁଣ୍ଟୁର ଅଞ୍ଚଳର ଶୁବା ରାଓଙ୍କ ପୁଅ ଶ୍ରୀନିବାସ ରାଓ. ଏମ ବୋଲି ଜଣାପଡିଛି ।

Leave a Reply

Your email address will not be published. Required fields are marked *