April 21, 2026

ଆଜି ସୁନା ଦରରେ କଣ ପରିବର୍ତ୍ତନ ହୋଇଛି ଆସନ୍ତୁ ଜାଣିବା

1 min read

ନୂଆଦିଲ୍ଲୀ: ଗତକାଲି ସରିଛି ଅକ୍ଷୟ ତୃତୀୟା । ଆଜି ସୁନା ଦରରେ କଣ ପରିବର୍ତ୍ତନ ହୋଇଛି ଆସନ୍ତୁ ଜାଣିବା। ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୧,୪୨, ୩୫୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୧,୫୬,୬୫୫ ଟଙ୍କା ରହିଛି।

ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ୍ ପ୍ରତି ୧ ଲକ୍ଷ ୫୫ ହଜାର ୨୯୦ ଟଙ୍କା ଥିବାବେଳେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ୍ ପ୍ରତି ୧ ଲକ୍ଷ ୪୨ ହଜାର ୩୫୦ ଟଙ୍କା ରହିଛି। ସେହିପରି ଦେଶର ପ୍ରମୁଖ ସହରମାନଙ୍କରେ ବି ସୁନା ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି। ମୁମ୍ବାଇରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ମୂଲ୍ୟ ୧,୫୫,୨୯୦ ଟଙ୍କା ଓ ୧,୪୨,୩୫୦ ଟଙ୍କା ଥିବା ରେକର୍ଡ ହୋଇଛି। ରାଜଧାନୀ ଦିଲ୍ଲୀରେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ଯଥାକ୍ରମେ ୧,୫୫,୪୪୦ ଏବଂ ୧,୪୨,୫୦୦ ଟଙ୍କା ରହିଛି ।