ବିମାନବନ୍ଦରରୁ ଜବତ ହେଲା ୭୫ ଲକ୍ଷ ଟଙ୍କା
1 min read
CREATOR: gd-jpeg v1.0 (using IJG JPEG v80), quality = 82
ଭୁବନେଶ୍ୱର,୩୦।୪: ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ମଙ୍ଗଳବାର ପୁଳାପୁଳା ଟଙ୍କା ଜବତ ହୋଇଛି। ଏହା ୭୫ ଲକ୍ଷରୁ ଅଧିକ ହେବ ବୋଲି ଜଣାପଡିଛି। ଦୁଇ ଜଣ ବ୍ୟକ୍ତିଙ୍କଠାରୁ ଏହି ଟଙ୍କା ଜବତ ହୋଇଥିବା ସୂଚନା ମିଳିଛି। ଜଣେ ଦିଲ୍ଲୀରୁ ଆଉ ଜଣେ ଚେନ୍ନାଇରୁ ଆସିଥିଲେ। ଲଗେଜ୍ ସ୍କାନିଂ ସମୟରେ ଟଙ୍କା ଥିବା ଜଣାପଡିଥିଲାନିର୍ବାଚନୀ ପ୍ରଚାର ଚାଲିଥିବାବେଳେ ସନ୍ଦେହଜନକ ଭାବରେ ଟଙ୍କା ଜବତ ଘଟଣା ଚକିତ କରଛି ତେବେ ସାଧାରଣରେ ଚର୍ଚା ଜୋର ଧରିଛି। ନିର୍ବାଚନ ବେଳେ ଏତେ ଟଙ୍କା କେଉଁଠୁ ଏବଂ କାହିଁକି ଆସିଥିଲା ତାହା ଏବେ ତଦନ୍ତ ଚାଲିଛି