July 27, 2024

ଜେଲରେ ଥାଇ ଜିତିଲେ ଖୋର୍ଦ୍ଧା ବିଜେପି ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବ

1 min read

ଭୁବନେଶ୍ବର : ଜେଲରେ ଥାଇ ଜିତିଲେ ଖୋର୍ଦ୍ଧା ବିଜେପି ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବ । ଭୋଟ ଗଣତି ପରେ ଫଳାଫଳ ସାମ୍ନାକୁ ଆସିଛି । ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର ସାହୁଙ୍କୁ ୮ ହଜାରରୁ ଅଧିକ ଭୋଟରେ ହରାଇଲେ ପ୍ରଶାନ୍ତ ଜଗଦ୍ଦେବ । କହିରଖୁଛୁ ବୁଥ ଗଣ୍ଡଗୋଳ ଘଟଣାରେ ପ୍ରଶାନ୍ତ ଜଗଦ୍ଦେବ ଜେଲରେ ଅଛନ୍ତି । ନିକଟରେ ସେ ଜାମିନ ଆବେଦନ କରିଥିଲେ କିନ୍ତୁ ଖୋର୍ଦ୍ଧା ଅତିରିକ୍ତ ଜିଲା ଦୌରାଜଜ-୨ ଜଗଦ୍ଦେବଙ୍କ ଜାମିନ ଖାରଜ କରିଥିଲେ ।

ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି ବିଜୟ ଅଭିମୁଖେ
ଭୁବନେଶ୍ବର: ଚଳିତ ‌ଓଡ଼ିଶା ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି ବିଜୟ ଅଭିମୁଖେ। ମତଗଣନା ଜାରି ରହିଥିବା ବେଳେ ଏପର୍ଯ୍ୟନ୍ତ କିଛି ଆସନରେ ଟ୍ରେଣ୍ଡ ଆସିସାରିଛି। ସୁନ୍ଦରଗଡ଼ ଜିଲ୍ଲା ରଘୁନାଥପାଲିରେ ବିଜେପିରେ ଦୁର୍ଗା ତନ୍ତୀ ବିଜୟୀ ହୋଇଛନ୍ତି। ଚିଲିକାରେ ବିଜେପି ପ୍ରାର୍ଥୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ବିଜୟୀ ହୋଇଛନ୍ତି। ସେ ୪୪୩୧ ଭୋଟରେ ବିଜୟ ହାସଲ କରିଛି। ପୂର୍ବତନ ବିଧାୟକ ରଘୁନାଥ ସାହୁଙ୍କୁ ହରାଇଛନ୍ତି। ପୃଥ୍ୱୀରାଜଙ୍କର ଏହା ହେଉଛି ପ୍ରଥମ ବିଜୟ। ଚିଲିକାରେ ବିଜେପି ୮୨,୭୭୫ ଖଣ୍ଡ ଭୋଟ୍‌ ପାଇଥିବା ବେଳେ ବିଜେଡ଼ି ୭୮,୩୩୪ ଖଣ୍ଡ ଭୋଟ୍‌ ପାଇଛନ୍ତି। ଗତ ୨୫ତାରିଖରେ ଜେଲ ଯାଇଥିବା ଖୋର୍ଦ୍ଧା ବିଜେପି ପ୍ରାର୍ଥୀ ପ୍ରଶାନ୍ତ ଜଗଦେବ ମଧ୍ୟ ଜିତିଛନ୍ତି।

ସେହିପରି କୋଟପାଡରେ ରୁପୁ ଭଦ୍ରା ୩୦ ହଜାର ଭୋଟ୍‌ରେ ବିଜୟୀ ହୋଇଛନ୍ତି। ମାଲକାନଗିରିରୁ ନରସିଂହ ମାଡକାମୀ ବିଜୟୀ ହୋଇଛନ୍ତି। ସେ କଂଗ୍ରେସର ପ୍ରାର୍ଥୀ ମାଳ ମାଢ଼ୀଙ୍କୁ ୧୫ ହଜାର ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି। ଫୁଲବାଣୀ ବିଧାନସଭା ଜିତିଲା ବିଜେପି। ବିଜେପି ପ୍ରାର୍ଥୀ ଉମା ମଲ୍ଲିକ ବିଜୟୀ। ବିଜେଡିର ଜୟାଶ୍ରୀ କଅଁରଙ୍କୁ ହରାଇଲେ ଉମା ମଲ୍ଲିକ ବିଜୟୀ ହୋଇଛନ୍ତି।

Leave a Reply

Your email address will not be published. Required fields are marked *