April 20, 2026

କାର୍ତ୍ତିକ ବ୍ରତ ଆରମ୍ଭ ହୋଇଛି

1 min read

ଭୁବନେଶ୍ୱର: ଆଜିଠୁ ଚଳିତ ବର୍ଷର କାର୍ତ୍ତିକ ବ୍ରତ ଆରମ୍ଭ ହୋଇଛି। ବ୍ରତ ପାଳନ ପାଇଁ ହବିଷ୍ୟାଳୀମାନେ ପୁରୀରେ ଆସି ପହଞ୍ଚିଛନ୍ତି। ପୁରୀର ୫ଟି ହବିଷ୍ୟାଳୀ କେନ୍ଦ୍ରରେ ପ୍ରାୟ ୨୫୦୦ ହବିଷ୍ୟାଳୀଙ୍କ ପାଇଁ ରହଣୀ ବ୍ୟବସ୍ଥା ହୋଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ହବିଷ୍ୟାଳିଙ୍କ ନିମନ୍ତେ ଜଗନ୍ନାଥ ଦର୍ଶନ, ମହାପ୍ରସାଦ ସେବନ, ସ୍ବାସ୍ଥ୍ୟ ପରୀକ୍ଷା, ପାନୀୟ ଜଳ ଓ ସ୍ବେଚ୍ଛାସେବୀଙ୍କ ସହଯୋଗ ପାଇଁ ବ୍ୟବସ୍ଥା ସହ ସନ୍ଧ୍ୟାରେ ପାଲା, ଦାସ କାଠିଆ ଆଦି ପରିବେଷଣ ନେଇ ମଧ୍ୟ ସ୍ଵତନ୍ତ୍ର ବ୍ୟବସ୍ଥା ହୋଇଛି। ଏହି ବ୍ରତ ପ୍ରାୟ ୧ ମାସ ଧରି ଚାଲିବାକୁ ଥିବାବେଳେ ନଭେମ୍ବର ୫ରେ ଏହା ଶେଷ ହେବ।