July 27, 2024

ବିଜେପିରେ ସାମିଲ ହେଲେ ସାମ୍ବାଦିକ

1 min read

ଭୁବନେଶ୍ୱର: ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ବରିଷ୍ଠ ସାମ୍ବାଦିକ ଅର୍ଦ୍ଧେନ୍ଦୁ ଦାସ ନିଜ ଶତାଧିକ ସମର୍ଥକଙ୍କ ସହ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି। ବିଜେପି ରାଜ୍ୟ ସଭାପତି ମନମୋହନ ସା‌ମଲ ତାଙ୍କୁ ଦଳୀୟ ଉତ୍ତରୀୟ ଓ ଟୋପି ପିନ୍ଧାଇ ଦଳକୁ ସ୍ବାଗତ କରିଛନ୍ତି।

ଏହି ଅବସରରେ ଭୁବନେଶ୍ବର ସଂସଦୀୟ କ୍ଷେତ୍ରର ଜଟଣୀ, ଏକାମ୍ର, ଭୁବନେଶ୍ବର ଉତ୍ତର, ଭୁବନେଶ୍ବର ମଧ୍ୟ, ଖୋର୍ଦ୍ଧା, ‌େବଗୁନିଆ, ଜୟଦେବ ନିର୍ବାଚନ ମଣ୍ଡଳୀର ବହୁ ବିଜେଡି ଓ କଂଗ୍ରେସ କର୍ମୀ ମଧ୍ୟ ଦଳ ଛାଡ଼ି ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ୍ ହୋଇଛନ୍ତି। ଏହାବାଦ୍ ବହୁ ସମାଜସେବୀ, ସମିତି ସଭ୍ୟ, ପୂର୍ବତନ ସମିତି ସଭ୍ୟ, ୱାର୍ଡ ମେ‌ମ୍ବର, ପୂର୍ବତନ ସେନାଧିକାରୀ, ଅବସରପ୍ରାପ୍ତ ଶିକ୍ଷକ ବିଜେପିରେ ମିଶିଛନ୍ତି।

ଏହି ମିଶ୍ରଣ ପର୍ବରେ ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ, ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର, ବିରଞ୍ଚିି ନାରାୟଣ ତ୍ରିପାଠୀ, ରାଜ୍ୟ ସାଧାରଣ ସଂପାଦକ ଯତୀନ ମହାନ୍ତି, ଭୁବନେଶ୍ୱର ଜିଲ୍ଲା ସଭାପତି ବାବୁ ସିଂହ, ଖୋର୍ଦ୍ଧା ଜିଲ୍ଲା ସଭାପତି ରଶ୍ମୀରଞ୍ଜନ ମହାପାତ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, କାଳୁ ଖଣ୍ଡାୟତରାୟ, ବିଶ୍ୱରଞ୍ଜନ ବଡ଼ଜେନା ଓ ବସନ୍ତ ନାୟକ ପ୍ରମୁଖ ନେତୃବୃନ୍ଦ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *