July 27, 2024

୮ ଟା ୩୦ ସୁଦ୍ଧା ୩୭ ଡିଗ୍ରୀ ଟପିଲା ତାତି

1 min read

CREATOR: gd-jpeg v1.0 (using IJG JPEG v62), quality = 82

ଭୁବନେଶ୍ଵର: କାଳବୈଶାଖୀ ପ୍ରଭାବରେ ରାଜ୍ୟବାସୀଙ୍କୁ ବୁଧବାର ଟିକିଏ ଆଶ୍ଵସ୍ତି ମିଳିଥିଲା। ହେଲେ ଆଜି ପୁଣି ସକାଳୁ ଭୀଷଣ ତାତି ଅନୁଭୂତ ହେଲାଣି। ସକାଳ ୮ ଟା ୩୦ ସୁଦ୍ଧା ତାପମାତ୍ରା ୩୭ ଡିଗ୍ରୀ ଟପିଲାଣି। ୩୭.୨ ଡିଗ୍ରୀ ସହ ତାଳଚେର ଆଜି ସବୁଠୁ ଉତ୍ତପ୍ତ ସହର ପାଲଟିଛି। ଭବାନୀପାଟଣାରେ ୩୬.୨, ବଲାଙ୍ଗୀର ୩୫.୪, ମାଲକାନଗିରି ୩୫ , ଝାରସୁଗୁଡା ୩୪.୮ , ବାଲେଶ୍ଵର ୩୪.୬, ରାଉରକେଲା ୩୪.୪ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ସିଭିୟର ହିଟଓ୍ବେଭ୍ ନେଇ ଆଜି ୧୦ ଜିଲ୍ଲାକୁ ଏବଂ ଶୁକ୍ରବାର ପାଇଁ ୬ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।

Leave a Reply

Your email address will not be published. Required fields are marked *