ଭାରତର ଏଚ୍.ଏସ୍. ପ୍ରଣୟ ସିଙ୍ଗାପୁର ଓପନ୍ ସୁପର-୭୫୦ ବ୍ୟାଡ୍ମିଣ୍ଟନ ଟୁର୍ଣ୍ଣାମେଣ୍ଟ
1 min read
ସିଙ୍ଗାପୁର: ଭାରତର ଏଚ୍.ଏସ୍. ପ୍ରଣୟ ସିଙ୍ଗାପୁର ଓପନ୍ ସୁପର-୭୫୦ ବ୍ୟାଡ୍ମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ବୁଧବାର ବଡ଼ ବିପର୍ଯ୍ୟୟ ଘଟାଇଛନ୍ତି। ପୁରୁଷ ସିଙ୍ଗଲ୍ସର ପ୍ରଥମ ରାଉଣ୍ଡରେ ପ୍ରଣୟ ବିଶ୍ବର ୫ ନମ୍ବର ଖେଳାଳି ଜୋନାଥନ୍ କ୍ରିଷ୍ଟିଙ୍କୁ ପରାସ୍ତ କରିଛନ୍ତି। ୫ ବର୍ଷ ପରେ ଇଣ୍ଡୋନେସିଆର କ୍ରିଷ୍ଟିଙ୍କ ବିପକ୍ଷରେ ପ୍ରଣୟ ବିଜୟ ହାସଲ କରିଛନ୍ତି। ପ୍ରଣୟ ମ୍ୟାଚ୍କୁ ୧୦-୨୧, ୨୧-୧୨, ୨୧-୧୮ ଗେମ୍ରେ ଜିତି ୨ୟ ରାଉଣ୍ଡରେ ପହଞ୍ଚିଛନ୍ତି। ପ୍ରଥମ ଗେମ୍କୁ ବଡ଼ ବ୍ୟବଧାନରେ ହାରିବା ପରେ ପ୍ରଣୟ ୨ୟ ଗେମ୍କୁ ସହଜରେ ଜିତି ପ୍ରତ୍ୟାବର୍ତ୍ତନ କରିଥିଲେ। ସଂଘର୍ଷ କରି ପ୍ରଣୟ ୩ୟ ଗେମ୍କୁ ଜିତି ନେଇଥିଲେ। ପ୍ରଣୟ ୨ୟ ରାଉଣ୍ଡରେ ପୂର୍ବତନ ବିଶ୍ବ ଚମ୍ପିଆନ୍ ସିଙ୍ଗାପୁରର ଲୋ କିନ୍ ୟୁଙ୍କୁ ଭେଟିବେ।
ପୁରୁଷ ସିଙ୍ଗଲ୍ସରେ ଭାରତର ତାରକା ଖେଳାଳି ଲକ୍ଷ୍ୟ ସେନ୍ ମଧ୍ୟ ୨ୟ ରାଉଣ୍ଡରେ ପହଞ୍ଚିଛନ୍ତି। ଲକ୍ଷ୍ୟ ୨୧-୧୭,୨୧-୧୫ ଗେମ୍ରେ ଚୀନର ଲି ଗୁଆଙ୍ଗ୍ ଜୁଙ୍କୁ ପରାସ୍ତ କରିଛନ୍ତି। ପୁରୁଷ ସିଙ୍ଗଲ୍ସରେ ପୂର୍ବତନ ବିଶ୍ବର ୧ନଂ ଖେଳାଳି ତଥା ୨୦୨୧ ବିଶ୍ବ ଚମ୍ପିଆନ୍ସିପ୍ର ରୌପ୍ୟ ପଦକ ବିଜେତା ଶ୍ରୀକାନ୍ତ ସଂଘର୍ଷ କରିଥିଲେ ମଧ୍ୟ ସ୍ଥାନୀୟ ଖେଳାଳି ଲୋ କିନ୍ ୟୁଙ୍କଠାରୁ ୨୨-୨୦, ୨୧-୧୯, ୧୭-୨୧ରେ ପରାସ୍ତ କରିଛନ୍ତି। ଏହି ବିଜୟ ସହ ଲୋ ଗତ ସପ୍ତାହରେ ଶ୍ରୀକାନ୍ତଙ୍କଠାରୁ ପରାଜୟର ପ୍ରତିଶୋଧ ନେଇଛନ୍ତି।


