June 16, 2024

ଭାରତୀୟ ସେନା ମୁଖ୍ୟଙ୍କ କାର୍ଯ୍ୟକାଳ ବଢିଲା

1 min read

ନୂଆଦିଲ୍ଲୀ: ଭାରତୀୟ ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଛି। ଜେନେରାଲ ମନୋଜ ପାଣ୍ଡେ ଆସନ୍ତା ମେ ୩୧ରେ ଅବସର ନେବାର ଥିଲା। ପ୍ରତିରକ୍ଷା ମନ୍ତ୍ରଣାଳୟ ଦ୍ୱାରା ତାଙ୍କର କାର୍ଯ୍ୟକାଳ ଏକ ମାସ ବୃଦ୍ଧି କରାଯାଇଛି।
ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି, ରବିବାର କ୍ୟାବିନେଟର ନିଯୁକ୍ତି କମିଟି ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେଙ୍କ ସେବାରେ ଏକ ମାସ ବୃଦ୍ଧି କରିବାକୁ ଅନୁମୋଦନ କରିଛନ୍ତି। ସେ ମେ ୩୨, ୨୦୨୪ ରେ ଅବସର ନେଇଥାନ୍ତେ, କିନ୍ତୁ ବର୍ତ୍ତମାନ ଜେନେରାଲ ପାଣ୍ଡେ ୩୦ ଜୁନ ୨୦୨୪ ପର୍ଯ୍ୟନ୍ତ କାର୍ଯ୍ୟ କରିବେ। ସେ ଏପ୍ରିଲ ୩୦, ୨୦୨୨ରେ ନିଯୁକ୍ତ ହେବା ପରଠାରୁ ସେନା ମୁଖ୍ୟ ଭାବରେ କାର୍ଯ୍ୟ କରିଆସୁଛନ୍ତି।
ବିବୃତ୍ତିରେ କୁହାଯାଇଛି, କ୍ୟାବିନେଟର ନିଯୁକ୍ତି କମିଟି ସେନା ନିୟମର ନିୟମ ୧୬ଏ(୪) ଅନୁଯାୟୀ, ମନୋଜ ପାଣ୍ଡେଙ୍କୁ ତାଙ୍କ ସାଧାରଣ ଅବସର ବୟସଠାରୁ ଏକ ମାସ ଅଧିକ ନିଯୁକ୍ତ କରିଛି।

Leave a Reply

Your email address will not be published. Required fields are marked *