July 26, 2024

ଏପ୍ରିଲରେ ଓଡ଼ିଶା ପିଇଲା ୬୩୫କୋଟି ଟଙ୍କାର ମଦ

1 min read

ଭୁବନେଶ୍ୱର: ଓଡ଼ିଶା ପିଇଲା ୬୩୫ କୋଟିର ମଦ, ମଦ ନିଶାରେ ଉବୁଟୁବ ଓଡ଼ିଶା । ଏପ୍ରିଲ ମାସରେ ପିଇଗଲେ କୋଟି କୋଟି ଟଙ୍କାର ମଦ। ଭୋଟ ପାଇଁ ନା ଖରା ପାଇଁ ଏତେ ମଦ ବେପାର ? ଇଏ ରାଜନୀତି ନା ଲୋକଙ୍କୁ ମଦୁଆ କରିବାର ଷଡ଼ଯନ୍ତ୍ର । ନା ଲକ୍ଷ ଲକ୍ଷ ପରିବାରକୁ ଅନ୍ଧାରକୁ ଠେଲିଦେବାର ପ୍ରୟାସ । ସତରେ କ’ଣ ଓଡ଼ିଶା ଗରିବ ରାଜ୍ୟ ? ଯଦି ଗରିବ ରାଜ୍ୟ ହୋଇଥାନ୍ତା ତାହାଲେ କ’ଣ କୋଟି କୋଟି ଟଙ୍କାର ମଦ ପିଇଥାନ୍ତେ ?…

ଏମାନେ ନିଜ ହାତରୁ କିଣି ପିଉଛନ୍ତି ନା ଏମାନଙ୍କୁ ମଦ କିଏ କିଣି ଦେଉଛି । ମଦ ପିଇବାରେ ଏବେ ଓଡ଼ିଶାକୁ ପୁରାଷ୍କାର ମିଳିବା ଉପରେ । ମଦ ପିଇବାରେ ଓଡ଼ିଶା ସବୁ ରାଜ୍ୟକୁ ଟପି ସାରିଲାଣି ବୋଧେ । କାରଣ ଓଡ଼ିଶା ଗୋଟିଏ ମାସର ହିସାବରେ ଏତେ ଟଙ୍କାର ମଦ ପିଇଛି ଯାହାକୁ ଆପଣମାନେ କେହି ତୁଳନା ମଧ୍ୟ କରିପାରିବେ ନାହିଁ । କୋଟିଏ କି ଦୁଇକୋଟି ନୁହେଁ ଏପ୍ରିଲ ମାସର ହିସାବରେ ଓଡ଼ିଶା ୬୩୫ କୋଟି ଟଙ୍କାର ମଦ ପିଇଯାଇଛି । ଆଗକୁ ଆହୁରି ନିର୍ବାଚନ ପୁଣି ବାକି ରହିଛି । ସେଥିରୁ ୨୮୩ କୋଟି ଟଙ୍କାର ଲିକର ବା ହାର୍ଡ ମଦ ଏବଂ ୩୫୨ କୋଟି ଟଙ୍କାର ବିୟର ରହିଛି ।

ସେପଟେ ଏମିତି ତଥ୍ୟ ପ୍ରକାଶ ପାଇବା ପରେ ଗୋଟିଏ ପକ୍ଷ ଯୁକ୍ତି କରୁଛନ୍ତି କି ରାଜ୍ୟରେ ପ୍ରବଳ ଖରାର ହେଉଥିବାରୁ ବିୟର ବିକ୍ରିର ପରିମାଣ ଅଧିକ ବଢ଼ିଛି । ସେହିଭଳି ଆଉ ଗୋଟିଏ ପକ୍ଷ ମତ ଦେଇଛନ୍ତି କି ରାଜ୍ୟରେ ନିର୍ବାଚନ ଥିବାରୁ ଭୋଟର ମାନଙ୍କୁ ମଦ ମାସଂ ଦିଆଯାଇ ଭୋଟ ହାତେଇବାକୁ ଚେଷ୍ଟା କରୁଛନ୍ତି ନେତା ମାନେ । ତେବେ ରାଜ୍ୟରେ ଆହୁରି ୩ ପର୍ଯ୍ୟାୟ ନିର୍ବାଚନ ବାକି ରହିଛି । ତେବେ ଏପ୍ରିଲ ମାସର ହିସାବ ଆଗକୁ ଆହୁରି ଅଧିକା ବଢ଼ିପାରେ ବୋଲି ଅନୁମାନ କରାଯାଉଛି ।

Leave a Reply

Your email address will not be published. Required fields are marked *