July 27, 2024

୫୯ଜଣ ପ୍ରାର୍ଥୀଙ୍କ ନାଁରେ ରହିଛି ବିଭିନ୍ନ ଅପରାଧିକ ମାମଲା

1 min read

ଭୁବନେଶ୍ୱର: ୨ୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନରେ ନାମାଙ୍କନ କରିଥିବା ୫୯ଜଣ ପ୍ରାର୍ଥୀଙ୍କ ନାଁରେ ରହିଛି ବିଭିନ୍ନ ଅପରାଧିକ ମାମଲା । ୪ ପ୍ରାର୍ଥୀଙ୍କ ନାଁରେ ଅଛି ହତ୍ୟା ମାମଲା । ୨୬ ଜଣଙ୍କ ନାଁରେ ହତ୍ୟା ଉଦ୍ୟମ ମାମଲା ରହିଥିବାବେଳେ ୨୮ ଜଣଙ୍କ ନାଁରେ ରହିଛି ମହିଳା ହିଂସା ମାମଲା । ଏପରିକି ଜଣେ ପ୍ରାର୍ଥୀଙ୍କ ନାଁରେ ରହିଛି ଦୁଷ୍କର୍ମ ମାମଲା ।

ସବୁଠାରୁ ବଡ଼ କଥା ହେଉଛି ମୋଟ ୩୮୧ ପ୍ରାର୍ଥୀଙ୍କ ମଧ୍ୟରୁ ୨ ଜଣ ଖଡ଼ି ବି ଛୁଇଁ ନାହାନ୍ତି । ଅନ୍ୟ ପକ୍ଷରେ ଦେଖିଲେ ମୋଟ ପ୍ରଥୀଙ୍କ ମଧ୍ୟରୁ ୧୧ ପ୍ରାର୍ଥୀ ପଞ୍ଚମ ପାସ୍‌, ୮୬ ସ୍ନାତକ, ୬ ଜଣ ଡକ୍ଟରେଟ୍‌ କରିଛନ୍ତି ।

Leave a Reply

Your email address will not be published. Required fields are marked *